ପୌର ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପିର ତିନି ହେଭିୱେଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପିର ତିନି ହେଭିୱେଟ । ଆଗାମୀ ମାର୍ଚ୍ଚ ୨୪ ତାରିଖରେ ପୌର ପରିଷଦ ନିର୍ବାଚନ ପାଇଁ ରାଜ୍ୟର ୧୦୬ଟି ମ୍ୟୁନିସିପାଲଟି/ଏନ୍ଏସି ସମେତ ୩ଟି ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ। ପୌର ନିର୍ବାଚନ ପାଇଁ କେମିତି ପ୍ରଚାର ରଣନୀତି ରହିବ, ସେନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୋଜନା ପ୍ରସ୍ତୁତି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ସମ୍ବିତ ପାତ୍ର ପ୍ରଚାର ମଇଦାନ୍କୁ ଓହ୍ଲାଇବେ। ଦୁଇ ଦିନ ମଧ୍ୟରେ ଏହି ତୁଙ୍ଗନେତାମାନେ ନିର୍ବାଚନ କରିବେ। ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେପଟେ ପଞ୍ଚାୟତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିଥିଲା। ବିଜେଡି ନିର୍ବାଚନ ପୂର୍ବରୁ ଭଲ ରଣନୀତି କରିଥିଲା।

ଫଳରେ ଦଳକୁ ସଫଳତା ମିଳିଥିଲା। ମୋଟ ୮୫୧ ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ସର୍ବାଧିକ ୭୬୫ଟି ଜୋନ୍ରେ ଜିତିଥିଲା। ଭାରତୀୟ ଜନତା ପାର୍ଟି ୪୨ଟି ଜୋନରେ ବିଜୟୀ ହୋଇ ପାରିଥିଲା। ତେବେ ପୌରନିର୍ବାଚନରେ ଏହାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ବିଜେପି ସଜାଗ ହୋଇ ଉଠିଛି । ତେଣୁ ପ୍ରଚାର ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ସମ୍ବିତ ପାତ୍ରଙ୍କୁ ଓହ୍ଲାଇଥିବାର ଅନୁମାନ କରାଯାଉଛି ।

Related Posts