ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନ ପାଇଁ ପାଞ୍ଚଟି ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ଏହା ମଧ୍ୟରେ ପଞ୍ଜାବରେ ଥିବା ସମସ୍ତ ଆସନଗୁଡ଼ିକର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଯେଉଁଥିରେ କେହି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ପରି ମନେ ହେଉନାହିଁ । କିନ୍ତୁ ଆମ ଆଦମି ପାର୍ଟିର ଲୋକପ୍ରିୟତା ପଞ୍ଜାବରେ ବଢ଼ିଚାଲିଛି । ଯାହା ଟ୍ରେଣ୍ଡରୁ ଜଣାପଡ଼ୁଛି । ଏପରିକି ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି, କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଦ୍ଧୁଙ୍କ ସମେତ ଅନେକ ଭେଟେରାନ ନେତା ପଛରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଉଭୟ ଭଦୌଡ଼ ଏବଂ ଚମକୌର ସାହିବ ଆସନରେ ବହୁତ ପଛରେ ଟ୍ରେଣ୍ଡ କରୁଛନ୍ତି । ସେପଟେ ମୋହଲି ଜିଲ୍ଲାର ତିନୋଟି ଆସନରେ ଆମ ଆଦମୀ ପାର୍ଟି ଚମତ୍କାର ପ୍ରଦର୍ଶନ କରୁଛି । ବାଲାଟ ପେପର ଗଣନାରେ ଜିଲ୍ଲାର ତିନୋଟି ଆସନରେ ଆପ ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ସେହିପରି ଅକାଳି ଦଳର ପ୍ରାର୍ଥୀ ହରମିତ ସିଂହ ସିଦ୍ଧୁ ୨୬ ଭୋଟରେ ଆଗରେ ଅଛନ୍ତି ।
୫୨ଟି ଆସନରେ ଆମ ଆଦମି ପାର୍ଟି ଆଗରେ ରହିଛି । ବାଲାଟ ପେପର ଗଣନାରେ ଆପ ପ୍ରାର୍ଥୀ କୁଲୱନ୍ତ ସିଂ ୮୫୩ ଭୋଟରେ ମୋହାଲିରୁ ଆଗରେ ଅଛନ୍ତି। ସେହିପରି କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ସହର ସିଟରେ ପଛରେ ଅଛନ୍ତି । ଏଠାରେ ଆପର ପ୍ରାର୍ଥୀ ଅଜିତ ପାଲ ଆଗୁଆ ଅଛନ୍ତି । ସେହିପରି ନବଜୋତ ସିଦ୍ଧୁ ଅମୃତସରରେ ପଛରେ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆପ ୪୫ଟି ସିଟ, କଂଗ୍ରେସ ୩୨, ଅକାଳି ଦଳ ୧୫ ଏବଂ ଭାରତୀୟ ଜନତା ପାର୍ଟି ୫ଟି ସିଟ ପାଇଛି । ଯଦି ଆମେ ୨୦୧୭ ମସିହା ବିଧାନସଭା ନିର୍ବାଚନର ଫଳାଫଳକୁ ଦେଖିବା ତାହାଲେ କଂଗ୍ରେସ ୭୭, ଆପ ୨୦, ଅକାଳି୧୫, ବିଜେପି ୩ ଏବଂ ଅନ୍ୟଦଳ ୨ଟି ସିଟ ପାଇଥିଲେ ।





