ଆଜିକୁ ୧୫ ଦିନରେ ପହଁଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ | ରୁଷ ସେନା ୟୁକ୍ରେନ ଉପରକୁ ଲଗାତାର ଭାବେ ଆକ୍ରମଣ ଜାରି ରଖିଥିବା ବେଳେ, ଧ୍ୱଂସ୍ତବିଧ୍ୱଂସ୍ତ ହୋଇପଡିଲାଣି ୟୁକ୍ରେନ | ତଥାପି ରୁଷ ୟୁକ୍ରେନ ଉପରକୁ ଲଗାତାର ଭାବେ ଆକ୍ରମଣ କରି ଚାଲିଛି | ସେପଟେ ୟୁକ୍ରେନ ସେନା କଡା ଟକ୍କର ଦେଉଥିବା ବେଳେ, ହାର ମାନିନାହାନ୍ତି |

ଅନ୍ୟପଟେ ରୁଷର ଏପରି ଆକ୍ରମଣକୁ ନେଇ ଅନେକ ଦେଶ ରୁଷଙ୍କୁ ନିନ୍ଦା କରିବା ସହ ଅନେକ କଟକଣା ଲଗାଇଛନ୍ତି | ମାତ୍ର ରୁଷ ନିଜ ଜିଦରେ ଅଟଳ ରହି ଲଗାତାର ଭାବେ ଆକ୍ରମଣ କରି ଚାଲିଛି | ସେପଟେ ନିଜ ଟାଣପଣ ଛାଡିବାକୁ ନାରାଜ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହା ଭିତରେ ୟୁକ୍ରେନର ଅନେକ ସହରରେ ଏବେ ମୃତ୍ୟୁର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ଏହାସହ ଅନେକ ପ୍ରମୁଖ ସହର ଏବେ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଯାଇଛି । ଏତେ ସବୁ ପରେ ବି ଶାନ୍ତ ହୋଇନି ଋଷ । ୟୁକ୍ରେନ ଉପରେ କେମିକାଲ ଆଟାକ କରିବାକୁ ଋଷ ଯୋଜନା କରୁଛି । ଏପରି ଚେତାବନୀ ଦେଇଛି ଆମେରିକା ।

ୟୁକ୍ରେନ ଉପରେ ଋଷ କେମିକାଲ ଏବଂ ଜୈବିକ ହତିଆରରେ ଆକ୍ରମଣ କରିପାରେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ବୟାନ ଜାରି ହୋଇଛି । ଏପରି ଜୈବିକ ତଥା ରାସାୟନିକ ଆକ୍ରମଣକୁ ନେଇ ଚିନ୍ତା ବଢୁଛି । ତେଣୁ ଋଷ ଉପରେ କଡା ନଜର ରଖାଯିବା ନିହାତି ଜରୁରୀ । ଏହା ପୂର୍ବରୁ ବି ଋଷ କେମିକାଲ ଆଟକ କରିସାରିଛି ତେଣୁ ୟୁକ୍ରେନ ଉପରେ ଏହାକୁ ଋଷ ପ୍ରୟୋଗ କରିବାର ଯଥେଷ୍ଟ ସମ୍ଭାବନା ଥିବା ଆମେରିକା ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଆମେରିକାର ଏପରି ବୟାନର ପାଲଟା ଜବାବ ଦେଇଛି ଋଷ । ଆମେରିକା ନିଜକୁ ଦୋଷମୁକ୍ତ କରିବା ପାଇଁ ଦୋଷ ଲଦୁଥିବା କହିଛି ରୁଷ |