ଆଜି ପ୍ରକାଶ ପାଇବ ୫ ବିଧାନସଭା ନିର୍ବାଚନ ଫଳାଫଳ | ଏନେଇ ଆରମ୍ଭ ହୋଇଯାଇଛି ଭୋଟ ଗଣତି | ନେତାଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ଛାତିରେ ଛନକା ପଶୁଥିବା ବେଳେ, ଦିନ 12ଟା ସୁଦ୍ଧା ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ୩ ମୁଖ୍ୟମନ୍ତ୍ରୀ ପଛରେ । ସେମାନେ ହେଲେ ପଞ୍ଜାବର ଚରଣଜିତ୍ ସିଂ ଚନ୍ନି, ଗୋଆରେ ପ୍ରମୋଦ ସାୱନ୍ତ ଓ ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ପଛରେ ରହିଛନ୍ତି। ଏପଟେ ପୂର୍ବଥର ଭଳି ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଓ ମଣିପୁରରେ ଏନ ବିରେନ ସିଂ ବହୁ ଆଗରେ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ।
