ଆପର ଏହି ମହିଳା ପ୍ରାର୍ଥୀଙ୍କ ଠାରୁ ଅମୃତସର ଆସନରୁ ହାରିଲେ ସିଦ୍ଧୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଏଥର ଆମ ଆଦମି ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେପଟେ କଂଗ୍ରେସର ବଡ଼ ବଡ଼ ନେତାମାନେ ମଧ୍ୟ ନିଜ ଆସନରେ ସେମିତି ଭଲ ପ୍ରଦର୍ଶନ କରିପାରନାହାନ୍ତି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ମଧ୍ୟ ନିଜ ଆସନରୁ ପରାସ୍ତ ହୋଇଥିବାର କଥା ସାମ୍ନାକୁ ଆସିଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ନବଜୋନ ସିଂ ସିଦ୍ଧୁଙ୍କୁ କିଏ ପରାସ୍ତ କରିଛି ? ତେବେ ଆପର ଜଣେ ସାଧାରଣ ସ୍ୱେଚ୍ଛାସେବୀ, ଜୀବନ ଜ୍ୟୋତି କୌରଙ୍କ ଠାରୁ ସିଦ୍ଧୁ ପରାସ୍ତ ହୋଇଛନ୍ତି । କେବଳ ସିଦ୍ଧୁ ନୁହଁନ୍ତି ବରଂ ଅକାଳୀ ଦଳର ନେତା ବିକ୍ରମ ସିଂହ ମାଜିଥିଆଙ୍କୁ ମଧ୍ୟ ସେ ପରାସ୍ତ କରିଛନ୍ତି । ତେଣୁ ବନ୍ଧୁଗଣ, ସାଧାରଣ ମଣିଷ ବହୁତ ଶକ୍ତିଶାଳୀ।

ମୁଁ ବାରମ୍ବାର କହୁଛି, ଏହି ସାଧାରଣ ମଣିଷକୁ ଚ୍ୟାଲେଞ୍ଜ କରନ୍ତୁ ନାହିଁ, ଦିନେ ସେ ଠିଆ ହେବେ, ବଡ ବିପ୍ଳବ ଆସିବ,ଏବଂ ବଡ ଚେୟାର କମ୍ପିତ ହେବ। ମୁଁ ଆଜି ଦେଶର ଲୋକଙ୍କୁ ନିବେଦନ କରୁଛି, ତୁମର ଶକ୍ତି ଜାଣ, ଠିଆ ହୁଅ, ୭୫ ବର୍ଷ ନଷ୍ଟ ହୋଇଛି, ଆଉ ନାହିଁ ବୋଲି ଶ୍ରୀ କେଜ୍ରିୱାଲ କହିଛନ୍ତି। ସେପଟେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼େଇରେ ପ୍ରବେଶ କରିଥିବା ଜୀବନ ଜ୍ୟୋତି କୌର ଏକ କାର୍ୟ୍ୟକ୍ରମ ଚଳାଇବା ପାଇଁ ‘ପ୍ୟାଡ୍ ମହିଳା’ ଭାବେ ଜଣାଶୁଣା । ଏହି କାର୍ୟ୍ୟକ୍ରମ ଅନ୍ତର୍ଗତ ପଞ୍ଜାବର ଜେଲରେ ଥିବା ମହିଳା କଏଦୀମାନଙ୍କୁ ଜୀବନ ଜ୍ୟୋତି ସାନିଟାରୀ ନାପକିନ୍ ପ୍ରଦାନ କରିଥିଲେ। ଜୀବନ ଜ୍ୟୋତି କୌର ଗରିବ ମହିଳାମାନଙ୍କୁ ପ୍ଲାଷ୍ଟିକ୍ ସାନିଟାରୀ ପ୍ୟାଡ୍ ବ୍ୟବହାର କରିବାର ଖରାପ ପ୍ରଭାବ ବିଷୟରେ ଅବଗତ କରାଇଛନ୍ତି ।

Related Posts