ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ହେଲେ ଏଥର କଂଗ୍ରେସ ସେତେଟା ଭଲ ପ୍ରଦର୍ଶନ କରିପାରି ନାହିଁ । ସେପଟେ ଚଳିତଥର ଶାସକ ବିଜେପି ବାଜି ମାରିବାରେ ଲାଗିଛି । ଏପରିକି ଯେଉଁ ସ୍ଥାନମାନଙ୍କରେ କଂଗ୍ରେସର ଆଶା ଥିଲା ସେହି ରାଜ୍ୟମାନଙ୍କରେ ମଧ୍ୟ ବିଜେପି ନିଜର ଯାଦୁ ଦେଖାଇଛି ।
ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜୟୀ ପ୍ରାର୍ଥୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଥିବାର ଦେଖିବାକୁ ମିଳିଛି । ତେବେ ପରାଜୟକୁ ଆମେ ସ୍ୱୀକାର କରୁଛୁ । ଏଥିରୁ ଆମକୁ ନିଶ୍ଚିତ ଭାବରେ ଶିଖିବାକୁ ମିଳିବ । ହେଲେ ଦେଶବାସୀଙ୍କ ହିତପାଇଁ ଦଳ ସବୁବେଳେ କାମ କରି ଚାଲିଥିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





