ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଯେଉଁଠି ଚାରୋଟି ରାଜ୍ୟରେ ବିଜେପି ବାଜି ମାରିଥିବାବେଳେ ଗୋଟିଏରେ ଆମ ଆଦମି ପାର୍ଟି ଜିତିଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ଯୋଗୀ ସରକାର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଯାହା ୟୁପି ଇଚ୍ଛିହାସର ୩୭ ବର୍ଷ ପରେ ହେବାକୁ ଯାଉଛି । ସେପଟେ ୟୁପିରେ ବିଜେପିର ରେକର୍ଡ ବିଜୟର ଗୋଟିଏ ଦିନ ପରେ ସମାଜବାଦୀ ପାର୍ଟି ଦଳର ସଭାପତି ଅଖିଳେଶ ଯାଦବ ଭୋଟରଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ବିଜେପିର ଆସନକୁ କମକରାଯାଇ ପାରିବ ବୋଲି ସେ ଚଳିତଥର ନିର୍ବାଚନରେ ଦର୍ଶାଇଛନ୍ତି । ରାଜ୍ୟର ଭୋଟମାନେ ମଧ୍ୟ ଚଳିତଥର ଏସପିକୁ ବିପୁଳ ମାତ୍ରାରେ ସମର୍ଥନ ଜଣାଇଥିଲେ । ତେଣୁ ସେ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ଏହା ସହ ବିଜେପିର ଏହି ଅବନତି ଜାରି ରହିବ।
ଅଧାରୁ ଅଧିକ ଦ୍ୱନ୍ଦ୍ୱ ଏବଂ ଭ୍ରାନ୍ତି ଦୂରକୁ ଆମେ ଦୂର କରିଦେଇଥିଲୁ । ଆଉ ସବୁକୁ ବାକି କିଛି ଦିନ ମଧ୍ୟରେ କରାଯିବ । ଜନସାଧାରଣଙ୍କ ସ୍ୱାର୍ଥରେ ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି। ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପି ଏବଂ ଏହାର ସହଯୋଗୀମାନେ ୪୦୩ ଟି ଆସନ ମଧ୍ୟରୁ ମୋଟ ୨୭୩ ଟି ଜିତିଛନ୍ତି। ତେବେ ୨୦୧୭ ତୁଳନାରେ ଏହା ୪୯ ଟି ସିଟ କମ ପାଇଛି । ଅନ୍ୟପଟେ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏସପି ୧୧୧ ଟି ସିଟ ଜିତିଛି । ସୁଭାସପା ସମେତ ଅନ୍ୟ ଦଳ ସହ ଏହାର ମିଳିତତା ୧୨୫ ଟି ସିଟ ସୁରକ୍ଷିତ କରିଛି। ୨୦୧୭ ତୁଳନାରେ ଏହା ୭୩ ଟି ସିଟ ହାସଲ କରିଛି । ଭୋଟ ଅଂଶୀଦାର ଦୃଷ୍ଟିରୁ ସମାଜବାଦୀ ପାର୍ଟି ବିଜେପିର ୪୧ ପ୍ରତିଶତ ତୁଳନାରେ ୩୨ ପ୍ରତିଶତ ଭୋଟ ପାଇବାରେ ସଫଳ ହୋଇଛି ବୋଲି ଅଖିଳେଶ ଯାଦବ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





