ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍ ଅଞ୍ଚଳ ଅନ୍ତର୍ଗତ ଗୁରେଜରେ ହୋଇଥିବା ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ସେପଟେ କୋ ପାଇଲଟ ଜଣଙ୍କ ଗୁରୁତର ଅଛନ୍ତି। ଅନ୍ୟପଟେ ହେଲିକପ୍ଟରଟି ବରଫାବୃତ୍ତ ଅଞ୍ଚଳରେ ଖସିପଡି ଥିଲା ।

ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ କ୍ରାଶ୍ କରିଥିବା କୁହାଯାଉଛି। ଖବର ପାଇ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଟିମ୍ ପହଞ୍ଚି ଥିଲା। ପୂର୍ବରୁ ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣା ଘଟି ସିଡିଏସ୍ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟି ଥିଲା।