ଜଗଦେବଙ୍କୁ ନେଇ ଜାଗିଲା ବିଜେପି, କାଲି ରାଜ୍ୟବ୍ୟାପୀ ସତ୍ୟାଗ୍ରହ

ସତ୍ୟପାଠ, ବ୍ୟୁରୋ, ୧୩/୦୩: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଲୋକଙ୍କ ଉପରେ ଗାଡ଼ି ମଡେଇବା ଘଟଣାକୁ ନେଇ ଆନ୍ଦୋଳନ କରିବ ବିଜେପି । ଆସନ୍ତା କାଲି ସୋମବାର ଦିନ ରାଜ୍ୟବ୍ୟାପୀ ଦଳ ସତ୍ୟାଗ୍ରହ କରିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟ ବିଜେପି ସୋମବାର ଦିନ ସମଗ୍ର ରାଜ୍ୟରେ ସତ୍ୟାଗ୍ରହ ପାଳନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସମସ୍ତ ସହରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ମୁହଁରେ କଳା ପଟି ବାନ୍ଧି ବିଜେପି ସତ୍ୟା ଗ୍ରହ କରିବ ବୋଲି ଗୋଲକ କହିଛନ୍ତି।

ପ୍ରଶାନ୍ତଂ ଙ୍କ ବିରୋଧରେ ଯେଉଁ ଅଭିଯୋଗ ଅଛି ଏସବୁର ଶୁଣାଣି ଟ୍ରାକ କୋର୍ଟ ମାଧ୍ୟମରେ ବିଚାର କରି ତୁରନ୍ତ ଅଭିଯୁକ୍ତକୁକୁ କଡା ଦଣ୍ଡ ଦେବାକୁ ଦାବି କରିଛି ଦଳ । ସେପଟେ ପ୍ରଶାନ୍ତଙ୍କୁ ବିଜେଡି ସୁରକ୍ଷା ଦେଉଛି ବୋଲି ବିଜେପି ର ଅଭିଯୋଗ ର ଜବାବ ରଖିଛି ବିଜୁ ଜନତା ଦଳ। ପ୍ରଶାନ୍ତ ଜଗଦେବ ଙ୍କୁ ନିଲମ୍ବନ ନୁହଁ ତାଙ୍କୁ ଦଳରୁ ବହିସ୍କାର କରାଯାଇଛି ବୋଲି କହିଛନ୍ତି ପୁରୀ ସାଂସଦ ପୀନାକି ମିଶ୍ର।

Related Posts