ଭୁୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏମପି ପଦରୁ ଇସ୍ତଫା ଦେଲେ ଭଗୱନ୍ତ ମାନ । ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭଗୱନ୍ତ ମ।।ନ ଏମପି ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ମୁଁ ଏହି ଗୃହକୁ ମିସ କରିବି । ପଞ୍ଜାବ ମୋତେ ଏକ ବଡ଼ ଦାୟିତ୍ୱ ଦେଇଛି । କିନ୍ତୁ ମୁଁ ସାଙ୍ଗରୁର ଲୋକଙ୍କୁ ପ୍ରତିଶୃତି ଦେଉଛି ଯେ, ଖୁବଶୀଘ୍ର ଆପଣଙ୍କ ସ୍ୱର ଗୃହରେ ପୁଣି ଉଠିବ । ଯେଉଁମାନେ ବିଶ୍ୱାସ କରି ଭୋଟ ଦେଇଥିଲେ ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଲୋକସଭାରେ ପହଞ୍ଚିଥିବା ପରେ ମାନ କହିଛନ୍ତି ।

ଅନ୍ୟପଟେ ମାନ ସଂସଦ ଅଧିବେଶନରେ ଯୋଗ ଦେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ପଞ୍ଜାବରେ ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ୪୮ ବର୍ଷିୟ ଭଗୱନ୍ତ ମାନଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ଭଗୱନ୍ତ ମାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମ ଗ୍ରାମ ଖଟକର କାଲାନରେ ମାର୍ଚ୍ଚ ୧୬ ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।