ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବାଚସ୍ପତି ବିଜୟ ସିହ୍ନା ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି । ଏ ଘଟଣା ସାମ୍ନାକୁୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ କିଛି ଦିନ ପୂର୍ବେ ଲାଖିସରାଇର ସରସ୍ୱତୀ ପୂଜା ସମୟରେ ଜଣେ ବ୍ୟକ୍ତିଙ୍କୁ ପୁୁଲିସ ଗିରଫ କରିଥିଲା । ତାଙ୍କ ନାଁରେ କରୋନା ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିôବାର ଅଭିଯୋଗ ହୋଇଥିଲା । ସେପଟେ ଗିରଫ ହୋଇଥିôବା ବ୍ୟକ୍ତି ଜଣଙ୍କ ବାଚସ୍ପତି ବିଜୟଦ ସିହ୍ନାଙ୍କ ନିକଟତର ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ବାଚସ୍ପତି ଏହି ଘଟଣାରେ ପୁୁଲିସ ମିଥ୍ୟା ଅଭିଯୋଗ କରୁଛି ଏବଂ ଜାଣିଶୁଣି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫସାଯାଉଛି ବୋଲି କହିଥିଲେ । ଏହାର ଜବାବରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ବୟାନ ଦେଇଥିଲେ ।
ତେବେ ଆମ ସରକାର କାହାକୁ ଅନୁକମ୍ପା ଦେଖାଉ ନାହିଁ କି କାହାକୁ ଫସାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏନେଇ ଆଜି ବିଧାନସଭାରେ ମଧ୍ୟ ନୀତିଶ କୁମାର ଏହାକୁ ବିରୋଧ କରିଥିଲେ । ସେ କହିଛନ୍ତି, ଗୃହ ଭିତରେ ସମ୍ବିଧାନ ଖୋଲାଖୋଲି ଭାବରେ ଉଲ୍ଲଂଘନ କରାଯାଉଛି । ଗୃହ ଏପରି ଚାଲିବ ନାହିଁ । ଗୃହ ସମ୍ବିଧାନ ଦ୍ୱାରା ପରିଚାଳିତ । କୌଣସି ଅପରାଧର ରିପୋର୍ଟ ଘର ନୁହେଁ ,ବରଂ କୋର୍ଟରେ ମାମଲା ଚାଲିଛି । ଗୃହରେ ପ୍ରତିଦିନ ସମାନ ପ୍ରସଙ୍ଗ ଉଠାଇବାର କୌଣସି ଅର୍ଥ ନାହିଁ । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
