ପଞ୍ଜାବ: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଅଘଟଣ। ଜଣେ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ମ୍ୟାଚ୍ ଚାଲିଥିବା ସମୟରେ ଖେଳାଳି ସନ୍ଦୀପ ନଙ୍ଗଲ ଅମ୍ବିୟନଙ୍କୁ ଗୁଳି କରାଯାଇଛି। ଅମ୍ବିଆନ ଗାଁର ବାସିନ୍ଦା ସନ୍ଦୀପଙ୍କୁ ସନ୍ଧ୍ୟା ୬ଟାରେ ଜଳନ୍ଧରର ମାଲିଆ ଗାଁରେ କବାଡି କପ ସମୟରେ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ତାଙ୍କ ମୁଣ୍ଡ ଏବଂ ଛାତି ଉପରକୁ ପ୍ରାୟ ୨୦ ରାଉଣ୍ଡ ଫାୟରିଂ କରାଯାଇଛି।
ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପଙ୍କୁ ମାଲିଆ ଗାଁରେ ଚାଲିଥିବା ଟୁର୍ଣ୍ଣାମେଣ୍ଟ ସମୟରେ ଅଜଣା ଦୁର୍ବୃତ୍ତ ଗୁଳି କରିଥିଲେ। ଦୁର୍ବୃତ୍ତ ତାଙ୍କ ମୁଣ୍ଡ ଏବଂ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲା। ତେବେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଜଳନ୍ଧରର ମାଲିଆ ଗାଁରେ ଚାଲିଥିବା କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ସନ୍ଦୀପ ନିଜର କିଛି ସାଥୀ ଖେଳାଳିଙ୍କୁ ଛାଡିବାକୁ ବାହାରକୁ ଆସିଥିଲେ। ସେହି ସମୟରେ ପୂର୍ବରୁ ଛକି ବସିଥିବା ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ।





