ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋୟଲ ଲୁଟ ର ଶିକାର ହୋଇଛନ୍ତି | ତାଙ୍କ ଠାରୁ ଦୁର୍ବୁତ୍ତ ତାଙ୍କ ଫୋନ ଛଡେଇ ନେଇଯାଇଛନ୍ତି | ଚଳନ୍ତା କାର୍ ଭିତରୁ ତାଙ୍କ ମୋବାଇଲ ଝାମ୍ପି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ । ଏନେଇ ବିଜୟ ଗୋୟଲ ଦିଲ୍ଲୀ କୋତବାଲି ଥାନାରେ ଅଭିଯୋଗ କରିଥିଲେ | ପୁଲିସ ଆଇପିସି ଧାରା ୩୫୬ ଓ ୩୭୯ ଜାରିଆରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି | ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତ ଜଣକ କିଏ ସେ ନେଇ ତାକୁ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ |
ସୂଚନାଯୋଗ୍ୟ, ସୋମବାର ଦରିଆଗଞ୍ଜ ଆଡୁ କାର୍ରେ ଆସୁଥିବା ବିଜୟ ଗୋୟଲଙ୍କ ଠାରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନ ଗେଟ୍ ପାଖରୁ ଜଣେ ଦୁର୍ବୃତ୍ତ ହଠାତ୍ ତାଙ୍କ ମୋବାଇଲ ଛଡାଇ ନେଇଛନ୍ତି। ସୋମବାର ସନ୍ଧ୍ୟା ପ୍ରାୟ ୭.୪୫ମିନିଟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ବିଜେପି ନେତା ବିଜୟ ଗୋଏଲ ତାଙ୍କ କାରରେ PSO ସହିତ ଦରିଆଗଙ୍ଗରୁ ଆସି ସୁଭାଷ ମାର୍ଗରୁ ଲାଲ କିଲା ଆଡକୁ ଯାଉଥିଲେ। ଏହି ସମୟରେ ସେ ତାଙ୍କ କାର୍ରର କାଚ ତଳକୁ କରିଦେଇଥିଳେ। ହଠାତ୍ ଜାମ ମସଜିଦର ଗେଟ୍ ନମ୍ବର-୪ ନିକଟରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ଆସି ତାଙ୍କ ମୋବାଇଲଛଡ଼ାଇ ନେଇ ଫେରାର ହୋଇଯାଇଥିଲା।
ପୋଲିସ ମାତ୍ର ୧୨ ଘଣ୍ଟା ପରେ ମୋବାଇଲ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ସାଜନ ନାଁରେ ଜଣେ ଲୋକକୁ ଗିରଫ କରିଛି ।





