ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣିଥରେ ଭାରତୀୟ ଜନତା ପାର୍ଟିକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଜେପିକୁ ପରାସ୍ତ କରିବାକୁ କେବଳ ୨-୩ ମାସର ପରିଶ୍ରମ ପର୍ଯ୍ୟାପ୍ତ ନୁହେଁ । ଜଣେ ନେତା ଯେତେ ଚରିତ୍ରବାଦୀ ହୁଅନ୍ତୁ ନା କାହିଁକି, ୨-୩ ମାସ ପୂର୍ବରୁ ଜାଗ୍ରତ ହୋଇ ବିଜେପିକୁ ପରାସ୍ତ କରାଯାଇ ପାରିବ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏହା ସହ ୟୁପିରେ ଏସପିର ପରାଜୟ ପଛରେ ଏକ ପ୍ରମୁଖ କାରଣ ରହିଛି । ୟୁପିରେ ବିରୋଧୀଙ୍କ ପାଖରେ ବିଜେପିକୁ ନେଇ କୌଣସି କାଉଣ୍ଟର ସ୍କିମ ନଥିଲା । କେବଳ ଏତିକି ନୁହେଁ ବରଂ ସମାଜବାଦୀ ପାର୍ଟିର ଅଭିଯାନ ସଂପୂର୍ଣ୍ଣ ଭୁଲ ଅଟେ । କାହିଁକିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ତିନି ମାସ ନୁହେଁ ବରଂ ଲଗାତାର ଭାବରେ କାମ କରିଆସୁଛନ୍ତି । ଏହାପରେ ସେ ଶକ୍ତିଶାଳୀ ନିର୍ବାଚନ ପ୍ରଚାର କରିଥିଲେ । ଯାହାଫଳରେ ସେ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବାରେ ସଫଳ ହୋଇଥିଲେ ।
କିନ୍ତୁ ୟୁପିରେ ବିଜେପି ବିରୋଧରେ ଦୃଢ଼ ପାର୍ଟି ସମାଜବାଦୀ ପାର୍ଟି ଥିଲା । ଅଖିଳେଶଙ୍କ ରୂପରେ ଦଳ ପାଖରେ ଏକ ଚେହେରା ଅଛି । କିନ୍ତୁ କାଉଣ୍ଟର ନକାରାତ୍ମକ ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି- “ନିର୍ବାଚନର ଦୁଇମାସ କିମ୍ବା ତିନିମାସ ପୂର୍ବରୁ ଜାଗ୍ରତ ହେବାର ଏହି ପାରମ୍ପାରିକ ଉପାୟ ଆଉ ସଫଳ ହେବ ନାହିଁ, ଆପଣ ଯେତେ ଚରିତ୍ରବାଦୀ ନେତା ହୁଅନ୍ତୁ ନା କାହିଁକି, ଆପଣଙ୍କ ଦଳ ଯେତେ ଶକ୍ତିଶାଳୀ ହେଉ ନା କାହିିଁକି, ଯଦି ଆପଣ ଦୁଇ-ତିନିମାସ ପୂର୍ବରୁ ଜାଗ୍ରତ ହୋଇ ୨୦୦ ଟି ସାଧାରଣ ସଭା କରିବେ ଏବଂ ବିଜେପି ବିରୋଧରେ ବୟାନବାଜି କରିବେ ତାହାଲେ ଏହା କାମ କରିବ ନାହିଁ । ଯାହାର ପ୍ରମାଣ ଅନେକ ରହିଛି ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ।





