୧୩ ତାରିଖରୁ ସାରା ରାଜ୍ୟରେ ଶୀତ ଲହରୀ

ଡିସେମ୍ବର 13 ତାରିଖରେ ସମଗ୍ର ରାଜ୍ୟରେ ବଢ଼ିବ ଶୀତ । ଆସିବ ଶୀତ ଲହରୀ । କମିବ ତାପମାତ୍ରା ବଢ଼ିବ ଶୀତର ପ୍ରକୋପ । ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୧୦ ତାରିଖରୁ ଶୀତ ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଡିସେମ୍ବର ପହିଲାରୁ ପାରଦ ଖସିଥିବାବେଳେ ଆଗକୁ ଶୀତ ଲହରୀ ପ୍ରବାହିତ ହେବ ।

ଗତ ୨୪ ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୮ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ତାପମାତ୍ରା ରହିଛି ୧୦.୨ ଡିଗ୍ରୀ । ସେହିପରି ଭୁବନେଶ୍ବରର ତାପମାତ୍ରା ୧୬ ଡିଗ୍ରୀ ଓ କଟକର ତାପମାତ୍ରା ୧୫.୪ ରହିଛି । ଉପକୂଳ ଓଡ଼ିଶାରେ ୧୫ ଡିଗ୍ରୀ ଏବଂ ତା ଠାରୁ ଅଧିକ ରହୁଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୩ ରୁ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସାଧାରଣତଃ ଉତ୍ତର ଭାରତରୁ ବାୟୁ ସିଧାସଳଖ ରାଜ୍ୟକୁ ପ୍ରବେଶ କଲେ ଅଧିକ ଶୀତ ଅନୁଭୂତ ହୁଏ । କିନ୍ତୁ ଚଳିତ ବର୍ଷ କେନ୍ଦ୍ରୀୟ ଭାରତରେ ମଝିରେ ମଝିରେ ଗୁରୁଚାପ ସୃଷ୍ଟି ହେୁଉଥିବା ଯୋଗୁଁ ଉତ୍ତରା ପବନ ପ୍ରବେଶ କରୁନି । ତେବେ ୧୦ ତାରିଖ ସୁଦ୍ଧା ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ୧୦ ତାରିଖ ସୁଦ୍ଧା ୨ ଡିଗ୍ରୀ ତାପମାତ୍ରା କମ୍ ହେବା ସହ ୧୩ ତାରିଖଠାରୁ ତାପମାତ୍ରା ଆହୁରି କମିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

Related Posts