ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ଶପଥ ଗ୍ରହଣ କରିଛନ୍ତି । ସେପଟେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଯଦିଓ ନିର୍ବାଚନରେ ବିଜେପି କୌଣସି ମୁସଲିମଙ୍କୁ ପ୍ରାର୍ଥୀ କରିନଥିଲା, କିନ୍ତୁ ସଂଖ୍ୟାଲଘୁ ସମୁଦାୟକୁ ପ୍ରତିନିଧିତ୍ୱ ଦେଇ ଦାନିଶ ଆଜାଦ ଅଂସାରୀଙ୍କୁ ମନ୍ତ୍ରୀ କରିଛନ୍ତି । ଦାନିଶ ଆଜାଦ ଯୋଗୀ ଆଦିତ୍ୟନାଙ୍କ ମନ୍ତ୍ରିମଣ୍ଡଳର ଏକମାତ୍ର ମୁସଲିମ ମନ୍ତ୍ରୀ। ଯୁବ ଚେହେରା ଏବଂ ନେତୃତ୍ୱ ନେବାର ରହିଛି ଦକ୍ଷତା। ଛଅ ବର୍ଷ ଯାଏଁ ବିଜେପିର ଛାତ୍ର ସଂଗଠନ ଅର୍ଥାତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ୟ୍ୟକର୍ତ୍ତା ଥିଲେ । ଦଳ ଏବଂ ସଂଗଠନକୁ ମଜବୁତ କରୁଥିବା ଚେହେରା ଭିତରୁ ଦାନିଶ ଜଣେ।
୨୦୧୭ରେ ଏଥିପାଇଁ ତାଙ୍କୁ ପ୍ରଥମ ପୁରସ୍କାର ମିଳିଥିଲା । ସେହି ସମୟରେ ତାଙ୍କୁ ଉର୍ଦ୍ଦୁ ଭାଷା ସମିତିର ସଦସ୍ୟ ନିଯୁକ୍ତ କରାଯାଇଥିଲା। ୨୦୨୨ ନିର୍ବାଚନ ଠିକ ପୂର୍ବରୁ ତାଙ୍କୁ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ମହାମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ୩୨ ବର୍ଷିୟ ଦାନିଶ ଆଜାଦଙ୍କ ବଲିଆର ବସନ୍ତପୁରର ମୂଳ ବାସିନ୍ଦା। ୨୦୦୬ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଈ.ଉଙଗରେ ଶେଷ କରିଥିଲେ। ୨୦୧୧ରୁ ବିଜେପିର ଛାତ୍ରସଂଗଠନ ଏଭିବିପି ସହ ଯୋଡି ହୋଇଥିଲେ। ଦାନିଶ ଏଭିବିପି ସହ ମିଶି ଆରଏସଏସ ଏବଂ ବିଜେପି ପାଇଁ ଯୁବକଙ୍କ ମଧ୍ୟରେ ମାହୋଲ ସୃଷ୍ଟି କରିଥିଲେ। ମୁଖ୍ୟତଃ ମୁସଲିମ ଯୁବକଙ୍କୁ ଆକୃଷ୍ଟ କରିଥିଲେ ।





