ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଧରାପଡ଼ିଲେ ବୁର୍ଖା ପିନ୍ଧି ସୁରକ୍ଷା ବଳର ବଙ୍କର ଉପରକୁ ବୋମା ପକାଇଥିବା ମହିଳା । ଜାମ୍ମୁ-କାଶ୍ମୀରର ସୋପୋରେ ଅଞ୍ଚଳରେ ସୁରକ୍ଷା ବଳର ବଙ୍କର ଉପରେ ମହିଳା ଜଣଙ୍କ ବୁର୍ଖା ପିନ୍ଧି ପେଟ୍ରୋଲ ବୋମା ପକାଇବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଏହା ମଧ୍ୟରେ ମହିଳା ଜଚ୍ଚଙ୍କୁ ହସିନା ଆଖତର ଭାବେ ଚିହ୍ନଟ କରାଯାଇଛି । ବାରାମୁଲା ବାସିନ୍ଦା ପ୍ରତିବନ୍ଧିତ ମହିଳାଙ୍କ ବିଚ୍ଛିନ୍ନଚ୍ଛାବାଦୀ ଗୋଷ୍ଠୀ ଦୁଖତାରାନ-ଇ-ମିଲାତ ସହ ଜଡ଼ିତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସବୁଠାରୁ ରୋଚକ କଥାଟି ହେଉଛି ହସିନାଙ୍କ ଉପରେ ପୂର୍ବରୁ ୩ଟି ୟୁଏପିଏ ଅଧିନରେ ମାମଲା ଚାଲିଛି । କିଛି ମାସ ତଳେ ତାଙ୍କୁ ଜାମିନରେ ଛଡ଼ା ଯାଇଥିଲା ।
ସେପଟେ ମହିଳା ଜଣଙ୍କ ବୁର୍ଖାରେ ଆସି ସିଆରପିଏଫ କ୍ୟାମ୍ପ ଉପରେ ପେଟ୍ରୋଲ ବୋମା ପକାଇଥିଲେ । କିନ୍ତୁ ବୋମାଟି କ୍ୟାମ୍ପର ଗେଟ ଆଗରେ ଫାଟି ଯାଇଥିଲା । ସିସିଟିଭି ଫୁଟେଜରେ କଏଦ ହୋଇଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଥିଲା । ଅନ୍ୟପଟେ ବୋମା ଆକ୍ରମଣ ପରେ ସେ ଗିରଫ ହେବାରୁ ବର୍ତ୍ତିବା ପାଇଁ ସେ ଫେରାର ହୋଇଯାଇଥିଲେ । କିନ୍ତୁ ସିସିଟିଭି ଆଧାରରେ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





