ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଘଟିଛି ଏକ ଲୋମହର୍ଶରଣକାରୀ ଘଟଣା | ଗୋଟିଏ ପରିବାରର ୫ଜଣଙ୍କୁ ଗଳାକାଟି ହତ୍ୟା କରଯାଇଛି । ମୃତକଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନ ରହିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସର ସୂଚନା ଅନୁସାରେ ୪୨ ବର୍ଷ ବୟସ୍କ ମୃତକ ରାହୁଲ ତିଓ୍ବାରୀ ତାଙ୍କ ୩୮ ବର୍ଷ ବୟସ୍କା ପତ୍ନୀ ପ୍ରୀତି ଏବଂ ୩ ସନ୍ତାନ ମାହି, ପିହୁ ଏବଂ ପୋହୁଙ୍କ ସହ ଖାଗଲପୁରରେ ଭଡାରେ ରହୁଥିଲେ । ତାଙ୍କ ପୈତୃକ ଘର କୌଶାମ୍ବିରେ ଥିଲା ।
ଘଟଣାସ୍ଥଳରେ ପହଞ୍ଚି ପୋଲିସ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ସ୍ତ୍ରୀ ପ୍ରୀତି ଏବଂ ୩ ସନ୍ତାନଙ୍କ ଗଳା କଟାଯାଇଥିବା ବେଳେ ରାହୁଲକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଥମିକ ତଦନ୍ତରୁ ଏହି ଘଟଣା ପଛର କାରଣ କିଛି ବି ଜଣାପଡ଼ିନାହିଁ। କୌଣସି ପାରିବାରିକ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ଏତେ ବଡ଼ ଘଟଣା ଘଟିଥିବା କୁହାଯାଉଛି। ପୁଲିସ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଓ ଫରେନ୍ସିକ ଟିମ୍ର ସହାୟତାରେ ପୁଲିସ୍ ଯାଞ୍ଚ ଆରମ୍ଭ କରିଛି।





