ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଦିନୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଦିତ୍ୟ ଠାକରେ ଏହି ବିବାଦ ମଧ୍ୟରେ ପାଦ ଥାପିଛନ୍ତି । ତେବେ ଠିକ ଅଛି, ଲାଉଡ ସ୍ପିକର ହଟାଇବା ପରିବର୍ତ୍ତେ ମୁଦ୍ରାସ୍ଫୀତି ବୃଦ୍ଧି ବିଷୟରେ କହିବା ପାଇଁ ଲାଉଡସ୍ପିକରକୁ ବ୍ୟବହାର କରିବା ଉଚିତ। ପେଟ୍ରୋଲ, ଡିଜେଲ, ସିଏନଜି ମୂଲ୍ୟ ବିଷୟରେ କହିବା ସହ ୬୦ବର୍ଷ ପୂର୍ବକୁ ନଯାଇ ଗତ ଦୁଇରୁ ତିନି ବର୍ଷ ମଧ୍ୟରେ କ’ଣ ଘଟିଛି ସେ ବିଷୟରେ ଆଲୋଚନା କରିବା ଉଚିତ୍ ବୋଲି କହିଛନ୍ତି ।

ସେପଟେ କିଛି ଦିନ ତଳେ ଏମଏନଏସ ମୁଖ୍ୟ ରାଜ ଠାକରେ କହିଥିଲେ ଯେ, ମୁଁ ବର୍ତ୍ତମାନ ଚେତାବନୀ ଦେଉଛି ଲାଉଡସ୍ପିକରକୁ ହଟାନ୍ତୁ ନଚେତ୍ ମୁଁ ମସଜିଦ ସମ୍ମୁଖରେ ଲାଉଡସ୍ପିକର ରଖି ହନୁମାନ ଚାଳିଶା ବଜାଇବି। ଚେତାବନୀ ଦେବାର ଦିନକ ପରେ ଘାଟକୋପରରେ ଥିବା ଏମଏନଏସ କାର୍ୟ୍ୟାଳୟ ବାହାରେ ଦୁଇଟି ମାଇକ ଲଗାଇ ହନୁମାନ ଚାଳିଶା ବଜାଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।