ଭୁବନନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟାୟ ଦାବିରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମନୋରମା । ସମସ୍ୟାର ସମାଧାନା ନହେବାରୁ ପୁଣି ଥରେ ଧାରଣାରେ ବସିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ଆରୁହା ଗାଁର ମନୋରମା ମହାନ୍ତି । ସେପଟେ ପାରିବାରିକ ଜମିବାଡ଼ି ବିବାଦ ପାଇଁ ମନୋରମା ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ । ଏମିତି କି ତାଙ୍କୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ଆଣିଥିଲେ ।
ପରେ ଥାନାରେ ସମସ୍ୟାର ସମାଧାନ ନହେବାରୁ ଭଦ୍ରକ ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତାପରେ ବି ତାଙ୍କ ସମସ୍ୟାର କୌଣସି ସମାଧାନ କରିନଥିଲେ । ଶେଷରେ ଏବେ ପୁଣି ଥରେ ଭଦ୍ରକ ଏସ୍ପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
