ସମ୍ବିଧାନ ଓ ସବୋର୍ଚ୍ଚ ନ୍ୟାୟଳୟ ବିରୁଦ୍ଧରେ ଜହଙ୍ଗୀରପୁରୀରେ ବିଜେପି ବୁଲଡୋଜର ଚଲାଇଛି: ଏସପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସାକୁ ନେଇ ଦେଶରେ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଛି । ସେପଟେ ୟୁପି, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ବର୍ତ୍ତମାନ ଦିଲ୍ଲୀ ବୁଲଡୋଜର ନୀତି ଆପଣାଇଛି । ଯାହାକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏପରିକି ସୁପ୍ରିମକୋର୍ଟ ମଧ୍ୟ ଜହଙ୍ଗୀରପୁରୀରେ ହେଉଥିବା ଅବୈଧ ଘର ଭାଙ୍ଗିବା ଉପରେ ରୋକ ଲଗାଇଥିଲେ । ଏହା ପରେ ବିରୋଧୀ ଦଳ ଶାସକ ବିଜେପିକୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆମେ ବିଭାଜନ କରି ଲୋକଙ୍କୁ ରଖୁ ନାହୁଁ। ଧର୍ମ, ଜାତି, କର୍ମ ଆଧାରରେ ଅଲଗା ହୁଅନ୍ତୁ ନାହିଁ। ଆମ ଆଖିରେ ସମସ୍ତେ ଗୋଟିଏ । କଂଗ୍ରେସ ଠାରୁ ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଏଆଇଏମଆଇଏମ୍ ବିଜେପି ଉପରେ କଡା ଟକ୍କର ଦେଇଛି।

ସମାଜବାଦୀ ପାର୍ଟି ଏହାର ଟୁଇଟର ଆକାଉଣ୍ଟରୁ ଟୁଇଟ୍ କରି ଏହି କାର‌୍ୟ୍ୟକୁ ବିରୋଧ କରିଥିଲେ। ସେ କହିଛନ୍ତି, “ସମ୍ବିଧାନ ତଥା ସୁପ୍ରିମକୋର୍ଟଙ୍କ ଆତ୍ମା ବିରୁଦ୍ଧରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ବୁଲଡୋଜର ଚଲାଯାଇଛି । ଗଙ୍ଗା ଜାମୁନି ହେଉଛି ତେଜଜିବ, ଶାନ୍ତି, ସୈହାର୍ଦ୍ଦ ଏବଂ ଗରୀବଙ୍କ ରୁଟି ଛଡ଼ାଇବା ପାଇଁ ଆଉ ଏକ ବିଜେପି ଉଦ୍ୟମ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବାର୍ତ୍ତା ବିଶ୍ୱର ମାନବିକ ଅଧିକାରକୁ ଚୂର୍ଣ୍ଣ କରୁଛି। ଭାରତର ସାଂସ୍କୃତିକ ତଥା ଗଣତାନ୍ତ୍ରିକ ଐତିହ୍ୟକୁ କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts