ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର । ଏହି ଶିବିର ୩ ଦିନ ଧରି ଚାଲିବ । ତେବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରାଜୟ ହେବା ପରେ ଦଳର ସ୍ଥିତିକୁ ପୁଣିଥରେ ମଜବୁତ କରିବା ପାଇଁ କଂଗ୍ରେସ ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିରର ଆୟୋଜନ କରିଛି । ଚିନ୍ତନ ଶିବିରରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ସଙ୍ଗଠନ ଉପରେ ଧ୍ୟାନ ଦେବା ସହ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଯୋଜନା ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି ।
ସେପଟେ ଦିନ ପ୍ରାୟ ୨ ଟା ବେଳେ ସୋନିଆ ଗାନ୍ଧୀଙ୍କ ସମ୍ବୋଧନରୁ ଚିନ୍ତନ ଶିବିର ଆରମ୍ଭ ହେବ । ଏଥିରେ କଂଗ୍ରେସର ୪୩୦ ପ୍ରତିନିଧି ସାମିଲ ହେବେ । ଶୁକ୍ରବାର ଓ ଶନିବାର ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା କରାଯିବ ଓ ଯେଉଁ ପ୍ରସ୍ତାବ ଆସିବ ଏହା ଉପରେ ୧୫ ମେ’ରେ କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ମୋହର ଲଗାଯିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





