ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ନେତର ହାର୍ଦ୍ଦିକ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାେ ଲାଗିଛି । ସେପଟେ ଗତକିଛି ଦିନ ଧରି ହାର୍ଦ୍ଦିକ ପଟେଲ ନିଜ ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ଏପରିକି ଦଳ ଛାଡ଼ିବାକୁ ନେଇ ମନା କରିଦେଇଥିଲେ । ହଠାତ ସେ ଦଳ ଛାଡ଼ିବା ପରେ କଂଗ୍ରେସକୁ ବଡ଼ ଝଟକା ମିଳିଛି । କାହିଁକିନା ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ । ଆଉ ହାର୍ଦ୍ଦିକ ପାଣ୍ଡ୍ୟା ପାଟିଦାରଙ୍କ ନେତା ଥିଲେ । ଯାହାକି ନିର୍ବାଚନ ସମୟରେ କଂଗ୍ରେସକୁ ବେଶ ଲାଭଦାୟକ ହୋଇଥାନ୍ତା । ଅନ୍ୟପଟେ ହାର୍ଦ୍ଦିକ ପଟେଲ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ କଂଗ୍ରେସ ରାଜ୍ୟରେ କିଛି ଭଲ କରିବାକୁ ଚାହୁଁ ନାହିଁ । କଂଗ୍ରେସ କେବଳ ବିରୋଧ କରିବାର ରାଜନୀତି କରୁଛି । କିନ୍ତୁ ଦେଶବାସୀଙ୍କୁ ଜଣେ ବିରୋଧ କରୁଥିବା ଦଳ ନୁହଁ ବରଂ ଏମିତି ବିକଳ୍ପ ଦରକାର ଯାହା ତାଙ୍କର ଭବିଷ୍ୟତ କଥା ଚିନ୍ତା କରୁଥିବ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠାଇବା, ଜିଏସଟି ଲାଗୁ କରିବା, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବା, ସିଏଏ -ଏନଆରସି ଭଳି ପ୍ରସଙ୍ଗକୁ ଦେଶରେ ଲାଗୁ କରିବା ପାଇଁ ଦେଶବାସୀ ଅନେକ ଦିନରୁ ଚାହୁଁଥିଲେ । କଂଗ୍ରେସ କିନ୍ତୁ ଏହାକୁ ସମର୍ଥନ କରିବା ବଦଳରେ ଏହାକୁ ବିରୋଧ କରୁଥିଲା । ଦେଶର ପ୍ରସଙ୍ଗ ହେଉ କିମ୍ବା ଗୁଜୁରାଟର କିମ୍ବା ମୋ ସମ୍ପଦାୟର ପ୍ରସଙ୍ଗ ହେଉ ଏସବୁ କଂଗ୍ରେସ ଅଣଦେଖା କରି କେବଳ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାରେ ଲାଗିଥିଲା ।
ସାଧାରଣ ଜନତାଙ୍କ ପାଇଁ କଂଗ୍ରେସ କୌଣସି ରୋଡ ମ୍ୟାପ ପ୍ରସ୍ତୁତ କରିନଥିଲା । ତେଣୁ କଂଗ୍ରେସକୁ ଲୋକମାନେ ରିଜେଷ୍ଟ କରିଥିଲେ । କଂଗ୍ରେସର ଶୀର୍ଷ ନେତୃତ୍ୱରେ କୌଣସି ମୁଦ୍ଦାକୁ ନେଇ ଗମ୍ଭୀରତା ନାହିଁ । ମୁଁ ଯେତେବେଳେ ଗୁଜୁରାଟର ବିକାଶ ପାଇଁ କିଛି ବି ଶୀର୍ଷ ନେତୃତ୍ୱକୁ ଜଣାଇଛି ସେମାନେ ଲୋକଙ୍କ ପ୍ରସଙ୍ଗକୁ ଅଣଦେଖା କରି କେବଳ ନିଜ ମୋବାଇଲ ପ୍ରତି ଧ୍ୟାନ ଦେଇଥାନ୍ତି । ଯେତେବେଳେ ଦେଶରେ ସଙ୍କଟ ଆସିଲା ସେତେବେଳେ ଆମର ନେତା ବିଦେଶରେ ଥିଲେ । ଆମେ ଦଳର ସାଧାରଣ କର୍ମୀ ହୋଇକି ମଧ୍ୟ ପ୍ରତ୍ୟେକ ଦିନ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଚେଷ୍ଟା କରିଥାଉ । କିନ୍ତୁ ଶୀର୍ଷ ନେତାମାନେ ଗୁଜୁରାଟର ସମସ୍ୟା ନୁହଁ ବରଂ ଦିଲ୍ଲୀରୁ ଆସିଥିବା ନେତାଙ୍କୁ ଠିକ୍ ସମୟରେ ଚିକେନ ସାଣ୍ଡୱିଚ ଦିଆଗଲା ନା ନାହିଁ ସେ ବି:ୟରେ ଚିନ୍ତା କରନ୍ତି । ଏପରିକି ଯୁବକମାନଙ୍କ ପାଖକୁ ମୁଁ ଯେତେବେଳ ଯାଏ ସେମାନେ ମୋତେ କୁହନ୍ତି ଆପଣ ଏମିତି ଦଳରେ କାହିଁକି ଅଛନ୍ତି ଯିଏ ସବୁବେଳେ ଗୁଜୁରାଟିମାନଙ୍କୁ ଅପମାନ କରିବାରେ ଲାଗିଛି । କଂଗ୍ରେସ ଯୁବକମାନଙ୍କ ମନବୋଳକୁ ମଧ୍ୟ ଭାଙ୍ଗି ଦେଇଛି । ତେଣୁ ବର୍ତ୍ତମାନ କଂଗ୍ରେସ ପାଖରେ ଯୁବ ନେତୃତ୍ୱ ବହୁତ କମ ଅଛନ୍ତି ବୋଲି ହାର୍ଦ୍ଦିକ ପଟେଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।





