ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅନେକ ସମୟରେ ନିଜର କଡା ଆଭିମୁଖ୍ୟକୁ ନେଇ ଚର୍ଚାରେ ରହୁଥିବା ବେଳେ, ଗତ କିଛି ଦିନ ହେବ ବୁଲଡୋଜର କୁ ବେଶ ଚର୍ଚାରେ ରହିଥିଲେ | ତେବେ ଏହାରି ମଧ୍ୟରେ ଆଉ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁ ଅଭିଯାନ ଆଧାରରେ ନକଲି ରାସନ କାର୍ଡ ମାଧ୍ୟମରେ ମାଗଣା ରାସନ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ବ୍ୟତୀତ ଯୋଗୀ କ୍ୟାବିନେଟ୍ ମଦ୍ରାସାକୁ ନେଇ ମଧ୍ୟ ବଡ ନିଷ୍ପତ୍ତି ନେଇଛି । ଯାହା ଫଳରେ ନୂଆ ମଦ୍ରାସାଗୁଡିକୁ ଆଉ ସରକାରୀ ଅନୁଦାନ ମିଳିବନାହିଁ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସମସ୍ତ ଜିଲ୍ଲାର ଅଧିକାରୀମାନଙ୍କୁ ଅଯୋଗ୍ୟ କାର୍ଡଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନକଲି କାର୍ଡ ଜରିଆରେ ମାଗଣା ରାସନ ନେଉଥିବା ଲୋକଙ୍କଠାରୁ ପୁନରୁଦ୍ଧାର ମଧ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସମସ୍ତ ଅଯୋଗ୍ୟ କାର୍ଡଧାରୀଙ୍କୁ ଯଥା ଶୀଘ୍ର ସେମାନଙ୍କ ରାସନ କାର୍ଡ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କିଛି ଜିଲ୍ଲାର ଶହ ଶହ ଲୋକ ନକଲି ରାସନ କାର୍ଡ ସରେଣ୍ଡର କରିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ପହଞ୍ଚୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ମଧ୍ୟ ଆକ୍ସନ ମୋଡ୍ରେ ନଜର ଆସିଛି ।
ଏହାସହ ଯୋଗୀ କ୍ୟାବିନେଟ୍ ସମାଜବାଦୀ ପାର୍ଟି ସରକାର ସମୟରେ ମଦ୍ରାସାକୁ ନେଇ ହୋଇଥିବା ନୀତିକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ଏବେ ନୂଆ ମଦ୍ରାସାଗୁଡିକ ସରକାରୀ ଅନୁଦାନ ମିଳିବନାହିଁ । ପୁରୁଣା ମଦ୍ରାସାଗୁଡିକ ସରକାରୀ ସରକାରୀ ଅନୁଦାନ ମିଳିବା ଜାରି ରହିବ । କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ୟୁପିରେ ୫୫୮ ମଦ୍ରାସାକୁ ସରକାରୀ ଅନୁଦାନ ଦିଆଯାଉଛି ।
