ସରକାରଙ୍କ ବିରୋଧରେ ନକ୍ସଲ ଲଗାଇଲେ ୧୦ ହଜାର ବ୍ୟାନର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରଙ୍କ ବିରୋଧରେ ନକ୍ସଲ ଲଗାଇଲେ ୧୦ ହଜାର ବ୍ୟାନର । ତେବେ ସୀମାନ୍ତ ଛତିଶଗଡର ସୁକମା, ଦନ୍ତେୱାଡା, ବିଜାପୁର ଓ ନାରାୟଣପୁର ଅଂଚଳରେ ନକ୍ସଲମାନେ ଏପରି ପୋଷ୍ଟର ମାରିଥିବାର ଦେଖିବାକୁ ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନାରାୟଣପୁର ଜିଲ୍ଲା ଗସ୍ତ କରୁଥିବା ବେଳେ ରାସ୍ତାରେ ନକ୍ସଲ ଏହି ବ୍ୟାନର ମାରିଥିବା ଜଣାପଡିଛି। ତେବେ ରାସ୍ତା ଉପରେ ବ୍ୟାନର ମରାଯାଇଥିବାରୁ ଲୋକେ ରାସ୍ତା ପାର କରିବାକୁ ଭୟ କରୁଥିବା ଦେଖିବାକୁ ମିଳିଥିଲା।

କେନ୍ଦ୍ରର ମୋଦୀ ସରକାର, ଗୃହମନ୍ତ୍ରରୀ ଅମିତ ଶାହା ଏବଂ ରାଜ୍ୟର ଭୁପେଶ ବଘେଲ ସରକାର ମିଳିମିଶି ନକ୍ସଲ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରୁଛନ୍ତି। ବାରମ୍ବାର ହମଲା କରୁଛନ୍ତି।ଯାହାକୁ ନେଇ ସାଧାରଣ ବର୍ଗର ଲୋକେ ସ୍ବରତ୍ତୋଳନ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ କରାଯାଇଛି।ଅପରେସନ ପ୍ରହାର ନାମରେ ସାଧାରଣ ଲୋକଙ୍କୁ ନିର୍ୟାତନା ଦେବା ସହ ନକ୍ସଲମାନଙ୍କୁ ହତ୍ୟା କରାଯାଉଛି। ସମାଧାନ ନାମରେ ଆରମ୍ଭ ହୋଇଥିବା ନକ୍ସଲ ଦମନ ନୀତିକୁ ବିରୋଧ କରନ୍ତୁ ବୋଲି କୁହାଯାଇଛି।

Related Posts