ଡଙ୍ଗା ଲୁଟିନେଲେ ନକ୍ସଲ, ଚିକିତ୍ସା ପାଇଁ ଦୁର୍ଗମ ଅଞ୍ଚଳକୁ ଯାଇ ଫସିଲେ ୨୫ ଜଣିଆ ମେଡିକାଲ ଟିମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭେରମଗଡ ବ୍ଲକରେ ନକ୍ସଲ ନିଜର ଉପସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳକୁ ମେଡିକାଲ ଟିମ ଯାଇଥିବା ବେଳେ ସେମାନଙ୍କର ଡଙ୍ଗାକୁ ନକ୍ସଲ ଲୁଟ କରି ନେଇଥିବା ଜଣାପଡିଛି। ତେବେ ଇନ୍ଦ୍ରାବତୀ ନଦୀର ଅନ୍ୟ ପଟେ ରହିଥିବା ଏକ ଗାଁରେ ୨୫ ଜଣ ଫସି ରହିଥିବା ପୁଲିସ ସୂଚନା ଦେଇଛି।ସେମାନଙ୍କ ମଧ୍ୟରେ ଦୁଇ ଜଣସରପଞ୍ଚ, ଜଣେ ବିଏମଓ, ଜଣେ ସିଏମଏଚଓ ମଧ୍ୟ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ଭେରମଗଡ ବ୍ଲକର ସୁଦୁର ଏବଂ ଧୁର ଗାଁରେ ଅଜଣା ରୋଗରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଗତ ୨୩ ତାରିଖରେ ଡାକ୍ତରଙ୍କ ସହ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ପାଦରେ ଚାଲି ଚାଲି ଏହି ଦୁର୍ଗମ ଅଂଚଳ ବୁଲି ତଦନ୍ତ କରିବା ପରେ ସେଠାରେ କୌଣସି ଏଭଳି ଅଜଣା ରୋଗରେ ଲୋକେ ମରିନଥିବା ପ୍ରଶାସନ କହିଥିଲା। ଗତକାଲି କିନ୍ତୁ ଏହି ସ୍ବାସ୍ଥ୍ୟ କର୍ମୀ ଟିମ ନଦୀ ପାର କରି ଯିବା ପରେ ନକ୍ସଲ ସେଠାରେ ପହଞ୍ଚି ବୋଟଟିକୁ ଲୁଟ କରି ନେଇଯାଇଥିଲେ। ତେବେ ଫସି ରହିଥଇବା ସମସ୍ତଙ୍କୁ କିପରି ସୁରକ୍ଷିତ ଅଣାଯିବ ସେନେଇ ପୁଲିସ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି।

Related Posts