କଂଗ୍ରେସ ନେତା ତାରା ବାହିନୀପତି ଅସୁସ୍ଥ

କଂଗ୍ରେସ ନେତା ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ । ଅଚାନକ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ସୋମବାର ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁରର ବିଧାୟକ ତାରା ପ୍ରସାଦଙ୍କର ସୁଗାର(ସର୍କରା) ମାତ୍ରା ବଢ଼ିବା ଏବଂ ମୁତ୍ରାଶୟ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ତାଙ୍କୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା । ଏମର୍ଜେନ୍ସି ବା ଜରୁରୀକାଳୀନ ୱାର୍ଡରେ ଡାକ୍ତରମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରିଛନ୍ତି । କିନ୍ତୁ ଏବେ ତାଙ୍କର ଅବସ୍ଥା କିପରି ଅଛି ସେ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Related Posts