କୋରାପୁଟ ବିଧାୟକଙ୍କ ଧମକ; ଦୁଇ ଦିନ ମଧ୍ୟରେ ପଟ୍ଟା ନଦେଲେ ଭାଙ୍ଗି ଦେବି ଅଫିସ

ଭୁବନେଶ୍ୱରେ(ସତ୍ୟପାଠ ବ୍ୟୁରୋ): ପୌରପାଳିକା କାର୍ଯ୍ୟାଳୟରେ ତାତିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଦୁଇ ଦିନ ମଧ୍ୟରେ ପଟ୍ଟା ନଦେଲେ ଅଫିସ ଭାଙ୍ଗି ଦେବି ବୋଲି କହିଲେ । ଏଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଲୋକମାନଙ୍କର ପଟ୍ଟା ସମସ୍ୟାକୁ ନେଇ କୋରାପୁଟ ପୌରପାଳିକା କାର୍ୟ୍ୟାଳୟରେ ତାତିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ତାଗିଦ୍ କରି କହିଲେ ଲୋକଙ୍କ ସମସ୍ୟାର ସମାଧାନ ନହେଲେ, କାର୍ୟ୍ୟାଳୟକୁ ଭାଙ୍ଗି ଚୁରମାର୍ କରିଦେବେ । ଲୋକଙ୍କ ସମସ୍ୟାକୁ ନେଇ ତାରା କୋରାପୁଟ ପୌରପାଳିକା କାର୍ୟ୍ୟାଳୟକୁ ଯାଇଥିଲେ ।

ହେଲେ କାର୍ୟ୍ୟାଳୟରେ କୌଣସି ଅଧିକାରୀ ଉପସ୍ଥିତ ନଥିବାରୁ ଭୀଷଣ ରାଗିଗଲେ ତାରା । ଦୀର୍ଘ ସମୟ ପ୍ରତୀକ୍ଷା କରିବା ପରେ ଅଧିକାରୀ କାର୍ୟ୍ୟାଳୟରେ ପହଂଚିଥିଲେ । ଅଧିକାରୀ କାହିଁକି ଅନୁପସ୍ଥିତ ଥିଲେ ବୋଲି ତାରା ତାଙ୍କୁ ପଚାରିଥିଲେ । ପରେ ତାରା ଅଧିକାରୀଙ୍କୁ ଧମକ ଦେଇ କହିଥିଲେ ଯଦି ଲୋକଙ୍କ ପଟ୍ଟା ସମସ୍ୟା ସମାଧାନ କରାନଯିବ, ଦୁଇ ଦିନ ପରେ ଆସି ଅଫିସ୍ ଭାଙ୍ଗି ଚୁରମାର୍ କରିଦେବେ ।

Related Posts