ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାକୁ ୧୫ ହଜାର କିରୋସିନ ପଠାଇଲା ଭାରତ । ସେପଟେ ଶ୍ରୀଲଙ୍କା ବର୍ତ୍ତମାନ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଫଳରେ ଖାଦ୍ୟ ସାମଗ୍ରୀ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷ ଆମଦାନୀରେ ସମସ୍ୟା ଉପୁଜିଛି । ଏଭଳି ପରିସ୍ଥିତିରେ ଭାରତ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସବୁ ଦିଗରେ ସାହାଯ୍ୟ କରୁଛି । ସେପଟେ ଜାଫନା ସହରରେ ୭୦୦ ଲିଟର ଧୀବରଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ୧୫ ହଜାର ଲିଟର କିରୋସିନ ପଠାଇଛି ।

ଜାଫନାରେ ଥିବା କନସୁଲେଟ ଜେନେରାଲ ରାକେଶ ନଟରାଜ ଟ୍ୱିଟ କରି କହିଛନ୍ତି ଯେ ଶ୍ରୀଲଙ୍କାର ମତ୍ସ ମନ୍ତ୍ରୀ ଡଗଲାସ ଦେବାନନ୍ଦଙ୍କ ଉପସ୍ଥିତିରେ ଡେଲଫ୍ଟ, ନୈନାଟିଭୁ, ଇଲାୱାଇଟିଭୁ ଏବଂ ଆନାଲିଟିଭୁର ୭୦୦ ଧୀବରଙ୍କ ପାଇଁ ଏସବୁ କିରୋସିନକୁ ଭାରତରୁ ପଠାଯାଇଛି । ଭାରତର ଏଭଳି ସହାୟତା ଯୋଗୁ ପ୍ରଧାନମନ୍ତ୍ରୀ ରାନିଲ ୱକ୍ରେମସିଂହ ଟ୍ୱିଟ କରି କୃତଜ୍ଞତା ଜଣାଇଛନ୍ତି । ଦୁଇ ଦିନ ପୂର୍ବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମମିସିଂହେ ତାଙ୍କ ଦେଶକୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସହାୟତାକୁ ପ୍ରଶଂସା କରିଥିଲେ । ଦେଶର ସଙ୍କଟ ସମୟରେ ଭାରତ ଦ୍ୱାରା ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ସହାୟତାକୁ ସେ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ ।