ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ କଂଗ୍ରେସର ଅଫରକୁ ପ୍ରତ୍ୟାଖ୍ୟାନ କରି ଅକ୍ଟୋବର ୨ ତାରିଖରୁ ବିହାରରେ ଏକ ପଦଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି। ଏହା ମାଧ୍ୟମରେ ସେ ବିହାରର ଲୋକଙ୍କୁ ଭେଟିବେ । ଟିଭି ସାକ୍ଷାତକାରରେ ରାଜନୀତି ବିଷୟରେ କଥାବାର୍ତ୍ତା କରୁଥିବା ପ୍ରଶାନ୍ତ କିଶୋର ନିକଟରେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ବିଷୟରେ ମଧ୍ୟ କହିଥିବାର ଦେଖିବାକୁ ମିଳିଛି । ତେବେ ମୁଁ ମୋ କାର୍ୟ୍ୟ ଜୀବନ ସନ୍ତୁଳନରେ ଅଧିକ ବିଶ୍ୱାସ କରେ ନାହିଁ । କିନ୍ତୁ ଯଦି ମୁଁ ମୋ ଜୀବନରେ ସଫଳତା ପାଉଛି ତାହାଲେ ସେ ମୋ ପତ୍ନୀଙ୍କ ପାଇଁ । ସେ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି । ଏପରିକି ମୁଁ ତାଙ୍କୁ ସମୟ ଦେଉ ନାହିଁ ବୋଲି ସେ ଅଭିଯୋଗ ମଧ୍ୟ କରନ୍ତି ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।
ଏହା ସହ ପୁଅ ବହୁତ ଛୋଟ ରହିଛି, ତେଣୁ ମୋ ପତ୍ନୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ମୁଁ କିଛି କରିବାକୁ ସକ୍ଷମ ହୁଏ, ତା’ହେଲେ ମୋ ପରିବାର ପାଇଁ । ମୋ ସଫଳତା ପଛରେ ପରିବାରର ବହୁତ ସମର୍ଥନ ରହିଛି। ଯଦି ଏହି ପଥରେ ପରିବାର ଏବଂ ପତ୍ନୀଙ୍କର କୌଣସି ସମର୍ଥନ ନାହିଁ, ତେବେ ଆପଣ କିପରି ଆଗକୁ ବଢ଼ିବାକୁ ସମର୍ଥ ହେବେ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
