ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୋଷ ମାନିଲେ ଲାଲୁ । ତେବେ ନିର୍ବାଚନ ପ୍ରଚାର ବେଳେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କୋର୍ଟରେ ଆଜି ତାଙ୍କର ଦୋଷ ସ୍ୱୀକାର କରିଛନ୍ତି। ଯାହାଫଳରେ କୋର୍ଟ ଦଣ୍ଡ କୋହଳ କରିଥିବା ବେଳେ କେବଳ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ୨୦୦୯ ମସିହା ବିଧାନସଭା ନିର୍ବାଚନରେ ଲାଲୁ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିଲେ। ଆଜି ଝାଡ଼ଖଣ୍ଡର ଏକ କୋର୍ଟରେ ଚୂଡ଼ାନ୍ତ ଶୁଣାଣି ହୋଇ ଲାଲୁଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି। ଆଜି କୋର୍ଟରେ ଲାଲୁ ତାଙ୍କ ଦୋଷ ସ୍ୱୀକାର କରିଥିଲେ। ଫଳରେ କୋର୍ଟ ତାଙ୍କୁ ୬୦୦୦ ଟଙ୍କା ଫାଇନ ପୈଠ ପାଇଁ ନିର୍ଦ୍ଦେଶ ଦେବା ସହ ମାମଲାର ଅବସାନ ଘଟାଇଛନ୍ତି। ଅନ୍ୟପଟେ ଅଭିଯୋଗ ଅନୁଯାୟୀ ୨୦୦୯ ସାଧାରଣ ନିର୍ବାଚନରେ ଲାଲୁ ଝାଡ଼ଖଣ୍ଡର ପାଲାମୁକୁ ହେଲିକପ୍ଟରରେ ପ୍ରଚାର ପାଇଁ ଯାଇଥିଲେ। ହେଲେ ଲାଲୁଙ୍କ ହେଲିକପ୍ଟରଟି ଗରୱାରେ ଏକ ଶସ୍ୟ କ୍ଷେତରେ ଅବତରଣ କରିଥିଲା।
ମେଦିନନଗରରେ ହୋଇଥିବା ହେଲି ପ୍ୟାଡରେ ଅବତରଣ କରିବା ବଦଳରେ ତାଙ୍କ ହେଲିକପ୍ଟରଟରଟି ଏକ ଶସ୍ୟ କ୍ଷେତରେ ଅବତରଣ କରିଥିଲା। ପାଇଲଟଙ୍କ ଭୁଲ ଯୋଗୁ ଏଭଳି ଘଟଣା ଘଟିଲା। ଏନେଇ ଆଇପସି ଧାରା ୧୮୮, ୨୭୯,୨୯୦ ଏବଂ ୧୨୭ ଧାରାରେ ମାମଲା ରୁଜୁ ହୋଇଥିଲା। ଲାଲୁ ପ୍ରସାଦଙ୍କ ଓକିଲ ପ୍ରଭାତ କୁମାରଙ୍କ କହିବା ଅନୁଯାୟୀ ମାମଲାଟି ପ୍ରଥମେ ରାଞ୍ଚି ଓ ପରେ ମେଦିନି ନଗରକୁ ସ୍ଥାନାନ୍ତର ହୋଇଥିଲା। ତେବେ ଆଜି କୋର୍ଟ ବାହାରେ ଲାଲୁଙ୍କ ସମର୍ଥକମାନେ ଏକାଠି ହୋଇଥିଲେ। ହେଲେ କୋର୍ଟଙ୍କ ରାୟ ଆସିବା ପରେ ତାଙ୍କ ସମର୍ଥକମାନେ ଏହାକୁ ସ୍ୱାଗତ କରିଛନ୍ତି।





