ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାଷୀଙ୍କୁ ବଡ଼ ଆଶ୍ୱସ୍ତୀ । ତେବେ ଦେଶରେ ଚାଷୀମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଉପହାର ଦେଇଛନ୍ତି । ତେବେ ସରକାର ୨୦୨୨-୨୩ ବର୍ଷ ଲାଗି ୧୭ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ବଢ଼ାଇଛନ୍ତି । ଯାହାକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏନେଇ ଆଜି କେନ୍ଦ୍ର କ୍ୟାବିନେଟ ବୈଠଳରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି ।
ସେପଟେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଛନ୍ତି ଯେ ୨୦୨୨-୨୩ ବର୍ଷ ପାଇଁ ଧାନର ଏମଏସପି କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଫଳରେ କୁଇଣ୍ଟାଲ ପିଛା ଧାନ ଦର ଏବେ ୨୦୪୦ ଟଙ୍କା ହୋଇଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





