ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ହେଲେ ଯୁଦ୍ଧର ପରିଣାମ ସମଗ୍ର ବିଶ୍ୱ ଭୋଗିବାକୁ ଯାଉଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି କହିଛନ୍ତି । ତେବେ ୟୁକ୍ରେନର ବ୍ଲାକ୍ ସି ପୋର୍ଟରେ ଋଷର ପ୍ରତିବନ୍ଧକ କାରଣରୁ ଲୋକଙ୍କ ଅନାହାରରେ ମୃତ୍ୟୁ ହୋଇପାରେ ସାରା ଦୁନିଆଁ ଖାଦ୍ୟ ସଙ୍କଟ ଭୋଗିବ ବୋଲି ଜେଲେନସ୍କି କହିଛନ୍ତି ।
ସେପଟେ ୟୁକ୍ରେନ ସହ ଋଷ ଯୁଦ୍ଧ କରିବା କାରଣରୁ ଗହମ, ମକା, ସୂର୍ୟ୍ୟମୂଖୀ ତେଲ ଓ ଅନ୍ୟାନ୍ୟ ଉତ୍ପାଦ ଗୁଡିକୁ ରପ୍ତାନୀ କରିବାରେ ବାଧା ସୃଷ୍ଟି ହୋଇଛି । ଯାହା ସାରା ବିଶ୍ୱ ବଜାରକୁ ପ୍ରଭାବିତ କରିଛି । ବ୍ଲାକ୍ ସିରେ ଯଦି ଋଷ ନିଜର ନାକାବନ୍ଦୀ ଏହି ପରି ଆଉ କିଛି ଦିନ ଲାଗି ରହେ ତାହେଲେ ଲକ୍ଷ ଲକ୍ଷ ଲୋକ ଭୋକରେ ମରିପାରନ୍ତି ବୋଲି ମଧ୍ୟ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
