ବିଜେପିକୁ ପରାସ୍ତ କରିବା ପାଇଁ ମହାବିକାଶ ଅଘାଡିର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବ AIMIM

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିକୁ ପରାସ୍ତ କରିବା ପାଇଁ ମହାବିକାଶ ଆଘାଡିର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବ ଏଆଇଏମଆଇଏମ । ତେବେ ମହାରାଷ୍ଟ୍ରର ଛଅଟି ରାଜ୍ୟସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ ଆସାଦୁଦ୍ଦିନ ଓୱାଇସିଙ୍କ ଦଳର ଦୁଇ ଜଣ ବିଧାୟକ ମହା ବିକାଶ ଅଘାଡିଙ୍କୁ ସମର୍ଥନ କରିବେ। ଦଳର ମହାରାଷ୍ଟ୍ର ୟୁନିଟ୍ ସଭାପତି ତଥା ଔରଙ୍ଗାବାଦ ସାଂସଦ ଇମତିଆଜ୍ ଜାଲିଲ ଶୁକ୍ରବାର ଦିନ ଭୋଟ୍ ଦେବା ପୂର୍ବରୁ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍ ସୂତ୍ରରେ କହିଛନ୍ତି ଯେ ବିଜେପିକୁ ପରାସ୍ତ କରିବାକୁ ଆମ ଦଳ ମହାରାଷ୍ଟ୍ରର ରାଜ୍ୟସଭା ନିର୍ବାଚନରେ ମହା ବିକାଶ ଅଘାଡିକୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି । ସେପଟେ ବିଜେପିକୁ ହରାଇବା ପାଇଁ ମହାବିକାଶ ଅଘାଡିର ପ୍ରାର୍ଥୀଙ୍କୁ ଭୋଟ ଦେବୁ ହେଲେ ଆମର ବିଚାରଧାରା ଶିବସେନା ଠାରୁ ଅଲଗା ରହିବ । ଏପରିକି ଭୋଟ ବଦଳରେ ମୁସଲମାନମାନଙ୍କ ପାଇଁ ମଧ୍ୟ ସରକ୍ଷଣ ଦାବି କରିଛନ୍ତି ଏଆଇଏମଆଇଏମ ନେତା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts