ଓଡ଼ିଶା ଫେରିଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଫେରିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ପିସିସି ସଭାପତିଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସ୍ୱାଗତ କରିବା ପାଇଁ ବିଶାଳ ପଟୁଆରରେ ପହଞ୍ଚିଥିଲେ କଂଗ୍ରେସ ନେତା ଓ କର୍ମୀ । ସେପଟେ ଶରତ ପଟ୍ଟନାୟକ ଏକ ରାଲିରେ ଏୟାରପୋର୍ଟରୁ କଂଗ୍ରେସ ଭବନ ବାହାରିଛନ୍ତି । ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲ୍ଲାର ନେତା ଓ କର୍ମୀ ଏହି ସମାବେଶରେ ଯୋଗଦେଇଛନ୍ତି ।

ନୂଆ ପିସିସି ସଭାପତି ଭାବେ ଯୋଗଦେବା ପରେ ଶରତ ପଟ୍ଟନାୟକ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଦଳର ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ଥିବାରୁ ତାଙ୍କ ସହ ସାକ୍ଷାତ ହୋଇପାରିନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts