ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ କଂଗ୍ରେସ ନେତା ଶେଖ ହୁସେନ । ତେବେ ହୁସେନଙ୍କ ବିରୋଧରେ ଗିଟ୍ଟିଖାଦନ ଥାନାରେ ଗତ ରାତିରେ ଭାରତୀୟ ଦଣ୍ଡ ବିଧାନର ଧାରା ୨୯୪ ଓ ଆଇପିସି ଧାରା ୫୦୪ ଅଧିନରେ ଏତଲା ରୁଜୁ କରାଯାଇଛି। ବିଜେପି ନେତାମାନେ ହୁସେନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଯଦି ହୁସେନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାନଗଲା ତାହେଲେ ଆନ୍ଦୋଳନ ତିବ୍ର ହେବ ବୋଲି ସେମାନେ କହିଛନ୍ତି।
ଅଭିଯୋଗ ଦାଖଲ କରିଥିବା ନେତାମାନେ କହିଛନ୍ତି କଂଗ୍ରେସ୍ ନେତା ହୁସେନ୍ଙ୍କର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବାର କୌଣସି ଅଧିକାର ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ କରି ହୁସେନ୍ ବହୁତ ତଳକୁ ଖସିଯାଇଛନ୍ତି। ସେପଟେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୂର୍ବତନ ଜିଲ୍ଲା କଂଗ୍ରେସ୍ ଅଧ୍ୟକ୍ଷ ତଥା କଂଗ୍ରେସ୍ ନେତା ହୁସେନ୍ ଜୁନ୍ ୧୩ରେ ଏକ ପ୍ରଦର୍ଶନରେ ଭାଗ ନେଇଥିଲେ ଓ ପ୍ରଧାନ ମନ୍ତ୍ରୀଙ୍କ ବିରୋଧରେ ଅସଭ୍ୟ ଭାଷା କହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





