ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପାଠ୍ୟପୁସ୍ତକରୁ ହଟିଲା ଦଙ୍ଗା, ଆନେ୍ଦାଳନ ଜରୁରୀ ପରିସ୍ଥିତି ବିଷୟ । ତେବେ ନ୍ୟାଶନାଲ କାଉନସିଲ ଅଫ ଏଜୁକେଶନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଦ୍ୱାଦଶ ବିଭିନ୍ନ ପାଠ୍ୟପୁସ୍ତକରୁ ୨୦୦୨ ଗୁଜୁରାଟ ଦଙ୍ଗା, ଶୀତଳ ଯୁଦ୍ଧ, ନକ୍ସଲ ଆନେ୍ଦାଳନ ଏବଂ ମୋଗଲ କୋର୍ଟ ବିଷୟକୁ ହଟାଇଦେଇଛି । ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୁଜୁରାଟ ଦଙ୍ଗା ବିଷୟକୁ ବାଦ ଦିଆଯାଇଛି । କୋଭିଡ ୧୦ ମହାମାରୀକୁ ଦୃଷ୍ଟିରେ ରଖି ପାଠ୍ୟପୁସ୍ତକ ସୁବ୍ୟବସ୍ଥୀକରଣ ପଦକ୍ଷେପ ସ୍ୱରୂପ ବିଭିନ୍ନ ପାଠ୍ୟପୁସ୍ତକରୁ କେତେକ ବିଷୟକୁ ବାଦ ଦିଆଯାଇଥିବା କୁହାଯାଇଛି । ଗୁଜୁରାଟ ସାମ୍ପ୍ରଦାୟିକ ଦଙ୍ଗା ବେଳେ ସରକାରୀ କଳ ପ୍ରଭାବିତ ହୋଇଥିଲା । ଗଣତାନ୍ତ୍ରିକ ରାଜନୀତି ପାଇଁ ଏହା ବିପଦ ବୋଲି ଏକ ଫଟୋ ମାଧ୍ୟମରେ ଦର୍ଶାଯାଇଥିଲା ।
ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କର ବୋଲି ନିଦେ୍ର୍ଦଶ ଦେଇଥିଲେ । ଧର୍ମ, ସମ୍ପ୍ରଦାୟ, ଜାତିକୁ ନେଇ ଜଣେ ଶାସକ କୌଣସି ପକ୍ଷପାତ କରିବା ଉଚିତ ନୁହେଁ ବୋଲି ବାଜପେୟୀ କହିଥିଲେ । ଏହି ସମସ୍ତ ବିଷୟକୁ ପାଠ୍ୟପୁସ୍ତକରୁ ହଟାଇଦିଆଯାଇଛି । ଏହା ବ୍ୟତୀତ ଇତିହାସ ବହିରୁ ନକ୍ସଲ ଆନେ୍ଦାଳନ ଏବଂ ଜରୁରୀ ସ୍ଥିତିକୁ ନେଇ ବିବାଦ ବିଷୟକୁ ବାଦ ଦିଆଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
