ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ, ୪ ବର୍ଷ ଦେଶ ସେବା କରି ଫେରିବା ପରେ ୭୫% ‘ଅଗ୍ନିବୀର’ କ’ଣ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଅସନ୍ତୋଷ ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।
ଚାରି ବର୍ଷ କାର୍ଯ୍ୟ କରି ଫେରି ଆସିଥିବା ‘ଅଗ୍ନିବୀର’ଙ୍କୁ ଚାକିରି ଦେବେ ହରିୟାଣା ସରକାର। ଏଥିନିମନ୍ତେ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଖଟ୍ଟର ଏ ସମ୍ପର୍କରେ ଟ୍ୱିଟ୍ କରି ଘୋଷଣା କରିଛନ୍ତି।
ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପିଛି ’ଅଗ୍ନିପଥ’ ନିଆ। ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ବିହାର ବ୍ୟତୀତ ହରିୟାଣା ଓ ଆହୁରି ବହୁ ରାଜ୍ୟର ଯୁବକମାନେ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରୁଛନ୍ତି। ଏହାର ପ୍ରଭାବ ହରିୟାଣାର ରୋହତକ ଅଞ୍ଚଳରେ ସର୍ବାଧିକ ଦେଖାଯାଇଛି। ଗତ ସୋମବାର ସରକାରଙ୍କ ନୂତନ ଯୋଜନା ବିରୋଧରେ ହୋଇଥିବା ‘ଭାରତ ବନ୍ଦ’ ସମୟରେ ରାଜ୍ୟର ଅନେକ ସ୍ଥାନରେ ସଡକ ଏବଂ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଏଥିସହ ବହୁ ଜାତୀୟ ସମ୍ପତ୍ତିକୁ ଜାଳିପୋଡ଼ି ପାଉଁଶ କରିଦେଲେ ଆନ୍ଦୋଳନକାରୀ ।
‘ଅଗ୍ନିପଥ’କୁ ସମଗ୍ର ଦେଶରେ ଜୋରଦାର ବିରୋଧ କରାଯାଉଥିବା ବେଳେ ‘ଅଗ୍ନିବୀର’ଙ୍କ ନିଯୁକ୍ତି ପାଇଁ ସ୍ଥଳସେନା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।
