ଶ୍ରୀନଗର: ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସେ ଜଣେ ଦେଶର ଆଦର୍ଶ ରାଷ୍ଟ୍ରପତି ହେବେ ବୋଲି ଅନେକ ମତପୋଷଣ କରୁଥିବା ବେଳେ, ଜନଜାତି ସମାଜ ସେ ଜଣେ ପ୍ରେରଣା ହେବେ ବୋଲି କହିଛନ୍ତି ଜାମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ।
ଗତକାଲି (ରବିବାର) ଏକ କାର୍ଯ୍ୟକ୍ରମ ଅବସରରେ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କୁ ପ୍ରଶଂସା କରିବା ସହ ଏପରି ମନ୍ତବ୍ୟ ଦେଇଛନ୍ତି ।
ଶ୍ରୀନଗର ସ୍ଥିତ କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସ ସେଣ୍ଟରରେ ଆୟୋଜିତ ଜନଜାତି ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସିହ୍ନା କହିଛନ୍ତି, ଦ୍ରୌପଦୀ ନିଜର ଦକ୍ଷତାକୁ ପ୍ରତିପାଦନ କରି ଦେଖାଇଛନ୍ତି । ଭାରତ ପରି ଗଣତାନ୍ତ୍ରିକ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଦୌଡରେ ରହିଛନ୍ତି । ଜନଜାତି ସମାଜ ତାଙ୍କ ଠାରୁ ନିଶ୍ଚିତ ପ୍ରେରଣା ପାଇବ ।
