କାଶ୍ମୀରର କୁନି ଝିଅର ଅଭିଯୋଗ : ” ମୋଦୀ ସାହେବ୍ ଛୋଟ ପିଲା ମାନଙ୍କୁ ଏତେ ହୋମୱାର୍କ କାହିଁକି ଦିଆଯାଉଛି ?”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଛଅ ବର୍ଷର ଏକ ଜାମ୍ମୁ କାଶ୍ମୀର ବାଳିକାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହି ଭାଇରାଲ ଭିଡିଓରେ ଛଅ ବର୍ଷର ଝିଅଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଅଭିଯୋଗ କରିଛି ଯେ “ଛୋଟ ପିଲାମାନଙ୍କୁ ସ୍କୁଲରେ ଏତେ ହୋମୱାର୍କ କାହିଁକି ଦିଆଯାଉଛି ?” । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଝିଅଟି କହିଛି ଯେ , “ଆସାଲ୍ଲାମୁ ଆଲୋକମ୍ ମୋଦୀ ସାହବ, ଛୋଟ ପିଲା, ୬ ବର୍ଷର ପିଲା ମାନଙ୍କୁ ମ୍ୟାଡାମ୍ ଏବଂ ସାର୍ ମାନେ କାହିଁକି ଏତେ କାମ ଦେଉଛନ୍ତି ? ବଡ ପିଲାମାନଙ୍କୁ ଏହି ବହୁତ କାମ ଦିଆଯାଏ । ମୋର ସକାଳ ୧୦ ଟାରୁ ଦିନ ୨ଟା ପର୍ଯ୍ୟନ୍ତ କ୍ଲାସ୍ ହେଉଛି। ଇଂରାଜୀ, ଗଣିତ, ଉର୍ଦ୍ଦୁ, ପରିବେଶ ବିଜ୍ଞାନ , କମ୍ପ୍ୟୁଟର କ୍ଲାସ୍ ହେଉଛି। ଏତେ କାମ ତ ବଡ ପିଲା ମାନଙ୍କୁ ଦିଆଯାଏ ଛୋଟ ପିଲାମାନଙ୍କୁ କାହିଁକି ଏତେ କାମ ଦିଆଯାଉଛି ? ” ସୋସିଆଲ ମିଡିଆରେ ଝିଅଟିର ଭିଡିଓ ଭାଇରାଲ ହେବା ପରେ ଜମ୍ମୁ ଓ କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ହୋମୱାର୍କ ହ୍ରାସ କରିବା ପାଇଁ ପଲିସି ପ୍ରସ୍ତୁତ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ଲେଖିଛନ୍ତି ଯେ ଝିଅଟିର ଅଭିଯୋଗ ଅତ୍ୟନ୍ତ ମଧୁର ଅଟେ। ମନୋଜ ସିହ୍ନା ଟ୍ବିଟ୍ କରି ଲେଖିଛନ୍ତି, “ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କ ଭାର କମାଇବା ପାଇଁ ୪୮ ଘଣ୍ଟା ମଧ୍ୟରେ ପଲିସି ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପିଲା ମାନଙ୍କର ବାଲ୍ୟକାଳ ହେଉଛି ଇଶ୍ବରଙ୍କ ଦାନ, ଏବଂ ଏହି ସମୟ ତାଙ୍କର ହସ ଖୁସିରେ ବିତିବା ଉଚିତ୍। କରୋନା ମହାମାରୀ ପରେ ସ୍କୁଲ ବନ୍ଦ ହେତୁ ପିଲାମାନଙ୍କୁ ଅନଲାଇନରେ କ୍ଲାସ୍ କରିବାକୁ ପଡୁଛି। କୋଭିଡର ପ୍ରଥମ ଲହର ନିୟନ୍ତ୍ରଣକୁ ଆସିବା ପରେ ବିଦ୍ୟାଳୟଗୁଡ଼ିକ ଖୋଲିବା ଆରମ୍ଭ ହୋଇଥିଲା କିନ୍ତୁ ଦ୍ୱିତୀୟ ଲହର ଆସିବା ପରେ ବିଦ୍ୟାଳୟ ଗୁଡ଼ିକ ପରେ ପୁଣି ଥରେ ସ୍କୁଲ ବନ୍ଦ ହୋଇଗଲା।

Related Posts