କଲମ୍ବୋ : ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଂକା ପାଇଁ ବିପଦ ଟଳି ବାରେ ନାଁ ଧରୁନି । ରାଜନୈତିକ ସଂକଟ ଓ ଆର୍ଥିକ ସଙ୍କଟ ମଧ୍ୟରେ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲର ଘୋର ଅଭାବ ଦେଖାଦେଇଛି। ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ବୃଦ୍ଧି ପାଇ 350 ଓ360 ରେ ପହଂଚିଛି।
ଏହାରି ମଧ୍ୟରେ ଶ୍ରୀଲଙ୍କା ସରକାରରେ ସ୍କୁଲ ବନ୍ଦ ଘୋଷଣା ହୋଇଛି । ଏପରିକି ପବ୍ଲିକ୍ ସେକ୍ଟରରେ କାମ କରୁଥିବା କର୍ମଚାରୀମାନଙ୍କୁ ଓ୍ବାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଲମ୍ବୋ ଏବଂ ଆଖପାଖ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକ ଗୋଟିଏ ସପ୍ତାହ ପାଇଁ ବନ୍ଦ ରହିବ। ଏପରିକି ତିନିଚକିଆ ଯାନ ଚାଳକମାନେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଧାଡ଼ି ଲଗାଇଥିବାର ଦେଖିବାକୁ ମିଳିଛି। କିଛି ଅଟୋ ରିକ୍ସା ଚାଳକ ୩ରୁ ୪ ଦିନ ହେଲା ପେଟ୍ରୋଲ ପମ୍ପ ଆଗରେ ଛିଡ଼ା ହୋଇଥିବା କହିଛନ୍ତି। ଅନ୍ୟପକ୍ଷେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କାରଣରୁ ଦେଶର ୨୨ ମିଲିୟନ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
