ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତି ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ପରିବାରର ମୁଖ୍ୟ ଭାବରେ ମୁଁ ଆପଣମାନଙ୍କୁ ନେଇ ଚିନ୍ତିତ। ଆପଣମାନଙ୍କୁ କିଛି ଦିନ ପାଇଁ କଏଦ କରି ଗୌହାଟୀରେ ରଖାଯାଇଛି। ପ୍ରତ୍ୟେକ ଦିନ ଆପଣମାନଙ୍କୁ ନେଇ ନୂଆ ସୂଚନା ମୋ ସାମ୍ନାକୁ ଆସୁଛି। ଆପଣମାନଙ୍କ ମଧ୍ୟରୁ ଅନେକ ମୋ ସହିତ ଯୋଗାଯୋଗରେ ଅଛନ୍ତି। ଆପଣମାନେ ହୃଦୟରୁ ଏବେ ବି ଶିବସେନା ସହିତ ଅଛନ୍ତି।

ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ମୁଖିଆ ଭାବରେ ମୁଁ କେବଳ କହିପାରିବି ଯେ ଏବେ ବି ବିଳମ୍ବ ହୋଇନାହିଁ। ଆପଣମାନେ ମୁମ୍ବାଇକୁ ଆସି ମୋ ସାମ୍ନାରେ ବସନ୍ତୁ ଏବଂ ନିଜର ସନ୍ଦେହ ଦୂର କରନ୍ତୁ। ଆମେ ନିଶ୍ଚିତ ଭାବରେ ଏକାଠି ହୋଇ କିଛି ଗୋଟେ ବାଟ ବାହାର କରିପାରିବା। ଶିବସେନା ଆପଣଙ୍କୁ ଯେଉଁ ସମ୍ମାନ ଦେଇଛି ତାହା ଅନ୍ୟ କେଉଁଠାରେ ମିଳିବ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।