ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ ୩୦ରେ ମୁମ୍ବାଇ ପହଞ୍ଚି ପାରନ୍ତି ଏକନାଥ ସିନ୍ଦେ ଓ ତାଙ୍କ ଟିମ୍ ! ତେବେ ଆମେ ଶିବସେନା ବିଧାୟକ ଓ ଶିବସେନାରେ ଅଛୁ ଶିବସେନା ଛାଡି କୁଆଡେ ଯାଉନୁ ବୋଲି ମଧ୍ୟ ସିନ୍ଦେ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେ ଗୌହାଟୀରେ ମହଜୁଦ ସବୁ ବିଧାୟକ ତାଙ୍କ ସହ ବେଶ୍ ଖୁସ୍ ଅଛନ୍ତି। ତାଙ୍କ ସହ ଦଳର ମୋଟ ୫୦ ଜଣ ବିଧାୟକ ଥିବାର ସିନ୍ଦେ ଦାବି କରିଥିବା ବେଳେ ଖୁବ୍ ଶୀଘ୍ର ଆମେ ଭୂମିକା ସମ୍ପର୍କରେ ଜଣାଇବା ସହ ମୁମ୍ବାଇ ଫେରିଯିବୁ ବୋଲି କହିଛନ୍ତି। ତେବେ ସବୁ ବିଧାୟକ ନିଜ ଇଛାରେ ଗୌହାଟୀ ଆସିଥିବା ଓ କେସରକର ଏଠାରେ ଦଳର ପ୍ରବକ୍ତା ବୋଲି ସିନ୍ଦେ କହିଛନ୍ତି।
ଏଥିରେ ସୂତ୍ରରୁ ମିଳୁଥିବା ସୂଚନାରେ ବିଦ୍ରୋହୀ ବିଧାୟକମାନେ ଜୁନ ୩୦ ତାରିଖରେ ତାଙ୍କ ସମର୍ଥକ ବିଧାୟକଙ୍କ ସହ ମୁମ୍ବାଇ ଫେରିପାରନ୍ତି ବୋଲି ଆକଳନ କରାଯାଉଛି। ବିଧାୟକ ଗୋଷ୍ଠୀ ଗୌହାଟୀରୁ ଫେରିବା ପରେ ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି। ହୁଏତ ଏହା ପରେ ଫ୍ଲୋର ଟେଷ୍ଟର ଦାବି ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ସିନ୍ଦେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ତାଙ୍କ ଆବେଦନରେ ମହାରାଷ୍ଟ୍ରରେ ମହାବିକାଶ ଆଘାଡି (ଏମଭିଏ) ସରକାରର ସଂଖ୍ୟା ଗରିଷ୍ଠତା ହ୍ରାସ ହୋଇଥିବା ଉଲ୍ଲେଖ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
