ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିବାଦୀୟ ବୟାନ ଦେଇ ଅଡ଼ୁଆରେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା । ଭାରତ ଛଡ଼ା ସାରା ବିଶ୍ବରେ ତାଙ୍କର ମନ୍ତ୍ୟବକୁ ନିନ୍ଦା କରା ଯାଉଥିବାର ଦେଖିବାକୁ ମିଳିଛି । ସେପଟେ ନିଜର ସୁରକ୍ଷା ପାଇଁ ନୁପୁର ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଥିଲେ । କିନ୍ତୁ ଯାହା ପାଇଁ ସାରା ଦେଶ ଅସୁରକ୍ଷିତ ତାକୁ ନିଜ ସୁରକ୍ଷା କଣ ଆବଶ୍ୟକ କହି ସୁପ୍ରିକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ଏହା ମଧ୍ୟରେ ଆଜି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏ ନେଇ ମୁହଁ ଖୋଲିଥିବାର ଦେଖିବାକୁ ମିଳିଥିଲା । ତେବେ ନୁପୁର ଶର୍ମା ଯାହା କହିଛନ୍ତି ତାହା ବିଜେପିର ମତ ନୁହେଁ । ଏପରିକି ବିଜେପି ମଧ୍ୟ ଏନେଇ ଅନେକ ସ୍ପୋଟିକରନ୍ ଦେଇ ସାରିଛି।
ଆଜି ଗୃହରେ ମୁଁ ଏଇ ପ୍ରସଙ୍ଗ ଉଠାଇଛି ଏବଂ ରାଜ୍ୟ ସରକାରଙ୍କର ମତ କଣ ତାହା ଜାଣିବା ପାଇଁ ଚାହିଁଥିଲି । ରାଜ୍ୟ ସରକାର ଏହା ସପକ୍ଷରେ ଅଛନ୍ତି ନା ଏହାକୁ ବିରୋଧ କରୁଛନ୍ତି ତାହା ଆମେ ଜାଣିବାକୁ ଚାହୁଁଛି। କେବଳ ଏତିକି ନୁହେଁ ସର୍ବଦଳୀୟ ବୌଠକ୍ ରେ ବିଜେପି ମୋ ମୁହଁ କୁ ବନ୍ଦ କରିବା ପାଇଁ ଅନେକ ଉଦ୍ୟମ କରିଥିଲେ । କିନ୍ତୁ ମୋ ମୁହଁ କୁ କେହି ବନ୍ଦ କରିପାରିବେନି ବୋଲି କହିଛନ୍ତି । ଯାହାଙ୍କ ପାଇଁ ସାରା ବିଶ୍ବ ଆଗରେ ଭାରତ ବଦନାମ୍ ତାଙ୍କ ବିରୋଧରେ କାର୍ଯ୍ୟାନୁ୍ଠାନ ନେବା ଆବଶ୍ୟକ ବୋଲି ନରସିଂହ ମିଶ୍ର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





