ଚଣ୍ଡିଗଡ : ବିବାହ ବନ୍ଧନରେ ବାନ୍ଧି ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଗୁରୁବାର ଅନୁଷ୍ଠିତ ହେବ ବିବାହ ଉତ୍ସବ | ଡକ୍ଟର ଗୁରପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍‌ । ଚଣ୍ଡଗଡ଼ରେ ହେବାକୁ ଥିବା ବାହାଘରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ ଉପସ୍ଥିତ ରହିବେ ।

ତେବେ ମିଳିଥିବା ଖବର ଅନୁଯାୟୀ, ୪୮ ବର୍ଷୀୟ ମାନ୍‌ ଗୁରୁବାର୍‌ ନିଜର ୨ୟ ବିବାହ କରିବାକୁ ଯାଉଛନ୍ତି । ଭଗବନ୍ତ ମାନ୍‌ ନିଜର ପ୍ରଥମ ସ୍ତ୍ରୀ ଇନ୍ଦରପ୍ରିତ୍‌ଙ୍କୁ ଛାଡପତ୍ର ଦେଇସାରିଛନ୍ତି । ତାଙ୍କର ୨ଟି ଶିଶୁ ମଧ୍ୟ ଅଛନ୍ତି । ମାନ୍‌ଙ୍କ ପ୍ରଥମ ସ୍ତ୍ରୀ ଏବେ ଆମେରିକାରେ ରହୁଛନ୍ତି । ତେବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପରେ ଏବେ ମାନ୍‌ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ।

ସେହିପରି ଗୁରୁବାର ହେବାକୁ ଥିବା ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଚଣ୍ଡିଗଡରେ ହେବାକୁ ଥିବା ଏହି ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ଙ୍କ ସମେତ ବହୁ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଡକ୍ଟର ଗୁରପ୍ରୀତ୍‌ କୌରଙ୍କ ବିବାହ ବନ୍ଧନରେ ବାନ୍ଧି ହେବେ ପଞ୍ଜାବରେ ଏହି ଯୁବ ମୁଖ୍ୟମନ୍ତ୍ରୀ ।