ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ବିରୋଧୀ ଦଳ ମାନେ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ୧୦ ଜୁଲାଇ ରେ ଏକ ବୈଠକ କରି ପାରନ୍ତି। ସୂଚନାନୁସାରେ, ଉପରାଷ୍ଟ୍ରପତି ପ୍ରାର୍ଥୀ କୁ ନେଇ ସହମତି ଆଣିବା ପାଇଁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ମଲିକାର୍ଜୁନ ଖର୍ଗେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ତ୍କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ରେ ଆଲୋଚନା କରିଛନ୍ତି।

କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କ ବ୍ୟତୀତ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସମେତ ଅଧିକ ଦଳକୁ ମିଳିତ ବିରୋଧୀ ଆଭିମୁଖ୍ୟରେ ଆଣିବାକୁ ଉଦ୍ୟମ କରାଯାଉଛି।ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ କଂଗ୍ରେସରୁ ଆସିବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଉପରାଷ୍ଟ୍ରପତି ନିର୍ବାଚନ ଅଗଷ୍ଟ ୬ ପାଇଁ ଧାର୍ଯ୍ୟ କରାଯାଇଛି, ଭାରତର ନିର୍ବାଚନ ଆୟୋଗ ଜୁନ୍ ୨୯ ରେ ଏହି ଘୋଷଣା କରିଛନ୍ତି। ଯଦି ଆବଶ୍ୟକ ହୁଏ ତେବେ ଏହି ମତଦାନ ଅଗଷ୍ଟ ୬ ତାରିଖ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ହେବ ଏବଂ ସେହି ଦିନ ଭୋଟ୍ ଗଣତି କରାଯିବ।