କେରଳ: ଦୁଇ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି କେରଳ ଆକ୍ଟର ଶ୍ରୀଜିଥ୍ ରବି | ଏନେଇ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି | ୪୬ ବର୍ଷିୟ ଏହି ଆକ୍ଟରଙ୍କ ବିରୋଧରେ ଶିଶୁ ସୁରକ୍ଷା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଆଇନ୍ ଅନ୍ତର୍ଗତ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି |
ସୋମବାର କେରଳର ପାଲଖଡ଼ରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଆଜି ଏହି ପଦକ୍ଷେପ ନେଇଛି।
କାରରେ ଯାଉଥିବା ଏହି ଅଭିନେତା ହଠାତ୍ ଓହ୍ଲାଇ ରାସ୍ତାରେ ଯାଉଥିବା ଦୁଇଜଣ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ।
ସୂଚନାଯୋଗ୍ୟ, ଅଭିନେତା ରବିଙ୍କ ଏଭଳି ଗିରଫ ହେବା ନୂଆ ନୁହେଁ। ପୂର୍ବରୁ ମଧ୍ୟ ତାଂକ ବିରୋଧରେ ଅସଦାଚରଣର ଅଭିଯୋଗ ରହିଛି | ୨୦୧୬ରେ ପ୍ରାୟ ୧୪ ଜଣ ସ୍କୁଲ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପରେ ସେ ଗିରଫ ହୋଇଥିଲେ। ତେବେ ଏହି ମାମଲାରେ ସେ ବେଲ ପାଇଥିଲେ।





