ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକବୀ ନିଜ ରାଜ୍ୟସଭା ସଦସ୍ୟତା ର ଶେଷ ଦିନ ରେ କହିଛନ୍ତି ଯେ ” ମୋର ରାଜନୈତିକ ଜୀବନ ଓ ସାମାଜିକ ଜୀବନ ର ଅନ୍ତ ଘଟି ନାହିଁ”। ମୋର ରାଜ୍ୟସଭାର ସଦସ୍ୟତା ସାରିଛି ସତ ମାତ୍ର ମୁଁ ସାମାଜିକ ଜୀବନ ରୁ ଅବସର ନେବିନାହିଁ ମୁଁ ସମାଜ ପ୍ରତି ମୋର ସେବା ଜାରି ରଖିବି। ନକବୀ ଗତ କାଲି କେନ୍ଦ୍ର ମନ୍ତ୍ରୀମଣ୍ଡଳ ରୁ ଇସ୍ତଫା ଦେଇଥିଲେ।

ଏହା ପରେ ତାଙ୍କ ଅଧୀନ ରେ ଥିବା ସଂଖ୍ୟାଲଘୁ ବ୍ୟାପାର ବିଭାଗ ର ଦାୟିତ୍ବ ସ୍ମୃତି ଇରାନୀ ଙ୍କୁ ଦିଆଯାଇଛି। ନକବୀ ଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ଉପରାଷ୍ଟ୍ରପତି ପ୍ରର୍ଥି କରାଯିବ ନେଇ ହଉଥିବା ଚର୍ଚ୍ଚା ଆହୁରି ଜୋର୍ ଧରିଛି। ସୂଚନା ଅନୁସାରେ ନକବୀ ଙ୍କ ସହ କେରଳ ର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆମ୍ରିନ୍ଦର୍ ସିଂହ ଙ୍କ ନାଁ ଉପରାଷ୍ଟ୍ରପତି ପାଇଁ ଚର୍ଚ୍ଚା ରେ ରହିଛି ।