ନୂଆପଡା: ଠାବ ହେଲା ମାଓ କ୍ୟାମ୍ପ । ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଧରା ଜଙ୍ଗଲ ଭିତରୁ ମାଓ କ୍ୟାମ୍ପ ଠାବ କରିଛନ୍ତି ସୁରକ୍ଷାବାହିନୀ । ଘଟଣାସ୍ଥଳରୁ ଗୋଟିଏ ଏୟାର ଗନ୍ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାଓବାଦୀଙ୍କ ସହ ପାଖାପାଖି ଦୁଇ ଘଣ୍ଟା ଗୁଳି ବିନିମୟ ହୋଇଥିଲା । ପରେ ମାଓ କ୍ୟାମ୍ପ୍ ଠାବ ହୋଇଥିଲା । ମାଓ ବିରୋଧୀ ଅପରେସନରେ SOG, DVF ଓ CRPF ଯବାନ ସାମିଲ ଥିଲେ । ମିଳିତ ଉଦ୍ୟମରେ ମାଓ କ୍ୟାମ୍ପ ଠାବ ହୋଇଛି ।