ଜନସେବା କେନ୍ଦ୍ରରେ ଏସଟିଏଫର ରେଡ୍, ଜବତ ହେଲା ୧୫ ଲକ୍ଷ ଟଙ୍କାରୁ ଅଧିକ ଜାଲନୋଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସଟିଏଫ୍ ରେଡ୍ କରି ଏକ ଜନସେବା କେନ୍ଦ୍ରରୁ ଜାଲ ନୋଟ୍ ଜବତ କରିଛି।ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତ, ଅଢାପଡା ଗ୍ରାମର ଏହି ଜନସେବା କେନ୍ଦ୍ରରେ ଜାଲି ନୋଟ୍ କାରବାର ଚାଲିଥିବା ନେଇ ଏସଟିଏଫ୍ ଖବର ପାଇଥିଲା। ପରେ ଏଠାରେ ଏସଟିଏଫ୍ ପକ୍ଷରୁ ରେଡ୍ କରାଯାଇଥିଲା। ଏସଟିଏଫ୍ ରେଡ୍ କରି ଏଠାରୁ ୧୫ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଜବତ କରିଛି । ଏଥିସହିତ ଦୁଇଟି ଲାପଟପ, ଗୋଟିଏ କଲର ପ୍ରିଣ୍ଟର ଜବତ ହୋଇଥିବା ମଧ୍ୟ ସୂଚନା ରହିଛି । ଏହି ଘଟଣାରେ ପୋଦର ପ୍ରସାଦ ସାହୁ ଏବଂ ଜନ୍ମେଜୟ ବାଗ ନାମକ ଦୁଇ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଛି ।

Related Posts